ପୁରା ଖବର ବିଷୟରେ



ବିବାଦୀୟ ମାଣିକପାଟଣା ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ।‌

Feb 12 2021 7:20PM
ବିବାଦୀୟ ମାଣିକପାଟଣା ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ।‌ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଗସ୍ତ କରିଛି ପ୍ରତିନିଧି ଦଳ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ସାମିଲ। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବଡ ପଞ୍ଚାୟତର ମାଣିକପାଟଣା,ଗୁଡିଖୁଡି, ମାଧିଆଖୋଲ, ବୁରୁଷିଙ୍ଗି, ଅମରିଙ୍ଗି ଏବଂ ଆଖଡ଼ା ଆଦି ୬ଟି ଗାଁ ରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ଷଡ଼ଯନ୍ତ୍ର କରିଛି। ବିଜେପି ର ପ୍ରଶ୍ନ ବାଣ ରେ ଘାଇଲା ହୋଇ ଛାତ୍ର ଭଙ୍ଗ ଦେଳେ ଆନ୍ଧ୍ର ପ୍ରଦେଶର ଅଧିକାରୀ ଦଳ, ଗଜପତି ଗସ୍ତ ରେ ଥିବା ବିଜେପି ପ୍ରତିନିଧି ଦଳ ଗାଁ ରେ ପହଞ୍ଚିବା ସମୟରେ ଆନ୍ଧ୍ର ପ୍ରଶାସନର କିଛି ଅଧିକାରୀ ମାଣିକପାଟଣା ଗାଁ ରେ ଉପସ୍ଥିତ ଥିଲେ। ସେମାନଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରି ଯୁଗ୍ମ ସର୍ଭେ ମ୍ୟାପ ମାଗିଥିଲେ। ଏହି ମ୍ୟାପକୁ ଓଡ଼ିଶାର ଅଧିକାରୀ ଦେଖାଇ ଥିବା ବେଳେ ଆନ୍ଧ୍ର ପ୍ରଦେଶର ଅଧିକାରୀ ଏହାକୁ ନଦେଖାଇପାରି ପଛଘୁଞ୍ଚା ଦେଇ ଘଟଣା ସ୍ଥଳରୁ ଫେରିଯାଇଥିଲେ।