ପୁରା ଖବର ବିଷୟରେ



ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ତିରୋଧାନ ଦିବସ ପାଳନ ।

Feb 11 2021 6:28PM
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ତିରୋଧାନ ଦିବସ ପାଳନ । ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ତିରୋଧାନ ଦିବସ ଅବସରରେ ଗୁଣପୁର ଭେଙ୍କଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୁଣପୁର ବିଜେପି ଦ୍ୱାରା ଦିନଦୟାଲ ଉପାଧ୍ୟାୟଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜନ କରାଗଲା । ଏଥିରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଡ଼.ଗିରିଧାରୀ ଗମାଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ଵର୍ଗତ ଦିନଦୟାଲ ଉପାଧ୍ୟାୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ବିଜେପି ଉପସଭାପତି ୱାଇ.ଗଣପତି ଓ ସମ୍ପାଦକ ରବି ଗମାଙ୍ଗ ଦିନଦୟଲଙ୍କ ଜୀବନି ଓ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରିଥିଲେ । ସମର୍ପଣ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକ ତାଂଗୁଡୁ ବିଶ୍ୱେସ୍ୱର ରାଓ ଏବଂ ବୁଲୁ ପାତ୍ର ଙ୍କୁ ସଂମାନିତ କରା ଯାଇଥିଲା । ଶେଷରେ ନଗର ସଭାପତି ଶ୍ରୀ ନିବାସ ସ୍ୱାଇଁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା । ଏଥିରେ ଜଗନ୍ନାଥପୁର ମଣ୍ଡଳ ସଭାପତି ପୃଥିବିରାଜ ପାଢ଼ୀ, ଉପସଭାପତି ଉଦୟନାଥ ପାଢ଼ୀ, ଜିଲ୍ଲା ପ୍ରତିନିଧି ଜଗଦୀଶ ପଣ୍ଡା,ଅମର କୁମାର ସାହୁ, ମୁଖୀ ଦିବାକର, ଟିଙ୍କୁ ପଣ୍ଡା,ଜଗଦୀଶ ପାତ୍ର, ଫାଲଗୁନୀ ଶବର, ଗାଡେ ଶବର, ଭଗବାନ ଚୌଧୁରୀ,ରମେଶ କୁମାର ସାହୁ, ବି.ଏନ.ମୂର୍ତ୍ତି, ତ୍ରିପତି ଶବର,ସତ୍ୟ ସୁନ୍ଦର କର, ସୁଜାତା ପଟନାୟକ, ଲଷ୍ମୀ ଶ୍ରୀରାମ, ଭାଗ୍ୟ ମାଡଙ୍ଗୀ, ସନ୍ତୋଷ କୁମାର ସୁବୁଦ୍ଧି, ଲଷ୍ମୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ଯୋଗଦେଇଥିଲେ ।