ପୁରା ଖବର ବିଷୟରେ



ନବରଙ୍ଗପୁର ମିଶନଶକ୍ତି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ |

Feb 11 2021 4:46PM
ନବରଙ୍ଗପୁର ମିଶନଶକ୍ତି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ | - ନବରଙ୍ଗପୁର ସ୍ଥିତ ମିଶନଶକ୍ତି ସଭାଗୃହ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲ୍ଲା ସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଉପ ଜିଲ୍ଲାପାଳ, ଭାସ୍କର ରୋଇତ , ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ ସମେତ ନବରଙ୍ଗପୁର ଜିଲ୍ଲାର 10 ଗୋଟି ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷକ ଏବଂ ଅନ୍ୟାନ୍ୟ ରାଜସ୍ୱ କର୍ମଚାରୀ ଉପସ୍ଥିତ ଥିଲେ । ଆସନ୍ତା 2020/21 ଫେବୃଆରୀ ଠାରୁ ମାର୍ଚ୍ଚ ମାସ ସୁଦ୍ଧା ଶତପ୍ରତିଶତ ରାଜସ୍ବ ଆଦାୟ କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେବାସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ରାଜସ୍ବ ଆଦାୟ କରିବାକୁ କହିଥିଲେ । online e-pauti ମାଧ୍ୟମରେ ସତ ପ୍ରତିଶତ ରାଜସ୍ୱ ଆଦାୟ କରିବା ପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ । ରାୟପୁର ଠାରୁ ବିଶାଖାପାଟଣା ଭାରତମାଳା ପ୍ରକଳ୍ପ ର ଜମି ଅଧିଗ୍ରହଣ କାର୍ଯ୍ୟ କୁ ଅଗ୍ରାଧିକାର ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ଧାନ ମଣ୍ଡିରୁ ଧାନ ଉଠାଇବା ପାଇଁ ଉପଜିଲ୍ଲାପାଳ ଏବଂ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଥିଲେ । ରିପୋର୍ଟ ନବରଙ୍ଗପୁର ରୁ ବର୍ତ୍ତ ହରିଜନ ନୂତନ ଓଡିଶା ନିୟୁଜ