ପୁରା ଖବର ବିଷୟରେ



ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Feb 10 2021 8:14PM
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନଭାବକୁ ପ୍ରବଳ ବିରୋଧ କରିବା ସହ ଏହାର ପ୍ରତିବାଦ ପାଇଁ ଯୁବ ଓ ଛାତ୍ର ଗୋଷ୍ଠୀ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ । ରାଜ୍ୟରେ ଗତ 21 ବର୍ଷ ଧରି ବିଜେଡି ସରକାର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ବରେ ବିକାଶର ଧାରା ଜାରୀ ରହିଛି । ଏଥିରେ କିନ୍ତୁ କେନ୍ଦ୍ର ସରକାରଙ୍କର ଜମାରୁ ସହଯୋଗ ରହୁନାହିଁ । ଉପା ହେଉ କି ଏନଡିଏ ହେଉ ସମସ୍ତେ ଓଡିଶାରୁ ଅଧିକ ରାଜସ୍ବ କେନ୍ଦ୍ର ସରକାର ପାଉଥିଲେ ମଧ୍ୟ ଓଡିଶାକୁ ତାର ହକ ଦେବାରେ ଉଭୟ ସରକାର ପଛଘୁଞ୍ଚା ଦେଉଛନ୍ତି । ତଥାପି ରାଜ୍ୟକୁ ଏକ ବିକଶିତ ଏବଂ ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ସେଥିରେ ଯୁବ ଏବଂ ଛାତ୍ର ଗୋଷ୍ଠୀ ସାମିଲ ହେବା ଘଟଣା ନିଶ୍ଚିତ ଭାବେ ଆଗାମୀ ଦିନରେ ଗଜପତିରେ ଦଳକୁ ମଜବୁତ କରିବ ବୋଲି ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍