ପୁରା ଖବର ବିଷୟରେ



ଚନ୍ଦାହାଣ୍ଡି ଧାନ ମଣ୍ଡି ଦୁର୍ନୀତି ଘଟଣା l ପନ୍ଦର ଦିନ ଭିତରେ କାୟାନୁଷ୍ଠାନ ନିୟ, ନ ହେଲେ ଭୋଗିବ : ପ୍ରଦୀପ ମାଝୀ l

Feb 10 2021 7:25PM
ଚନ୍ଦାହାଣ୍ଡି ଧାନ ମଣ୍ଡି ଦୁର୍ନୀତି ଘଟଣା l ପନ୍ଦର ଦିନ ଭିତରେ କାୟାନୁଷ୍ଠାନ ନିୟ, ନ ହେଲେ ଭୋଗିବ : ପ୍ରଦୀପ ମାଝୀ l ନବରଙ୍ଗପୁର,10/02: ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚନ୍ଦାହାଣ୍ଡି ଲ୍ୟାମ୍ପସ ରେ ହୋଇଥିବା ଧାନ ମଣ୍ଡି ଦୁର୍ନୀତି ର ଖୁଲାସା କରିବା ସହ ପନ୍ଦର ଦିନ ଭିତରେ ସମ୍ପୃକ୍ତ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଭୋଗିବ ବୋଲି ଜ଼ିଲ୍ଲା ପ୍ରସାଶନ କୁ ଚାଲେଞ୍ଜ ଦେଇଛନ୍ତି l ସମଗ୍ର ଜ଼ିଲ୍ଲାକୁ ଅଚଳ କରିଦିଆଯିବାକୁ ଚେତାବନୀ ଦେଇଛନ୍ତି l ଚନ୍ଦାହାଣ୍ଡି ଧାନ ମଣ୍ଡିରେ 94 ଜଣ ଚାଷି ଙ୍କର ଧାନ ଚୋରି ହେବା ସହ 18500 କୁଇଣ୍ଟାଲ ଧାନ ଆସି ନାହିଁ ଟ୍ରାଂଜିତ ପରମିଟ କିପରି ହେଲା ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି l ଧାନ ମଣ୍ଡିରେ ବିକ୍ରି ହେବା ପାଇଁ ଛଅଟି ବିଭାଗ ର ଭୂମିକା ରହିଛି l ଚାଷି ଙ୍କ ନାମ ପଞ୍ଜିକରଣ ଲ୍ୟାମ୍ପସ ମାଧ୍ୟମ ରେ କରାଯାଇ ରାଜସ୍ବ ବିଭାଗ, ଯୋଗାଣ ବିଭାଗ, ନିୟନ୍ତ୍ରିତ ବଜାର କମିଟି, ବ୍ୟାଙ୍କ ଆଦିଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ଏଥିରେ କେବଳ ଲ୍ୟାମ୍ପସ ର ଠିକା କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି l କିନ୍ତୁ ଉପରିସ୍ଥ କର୍ମଚାରୀ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ l ଚାଷି ଙ୍କ ଝାଳ ବୁହା ଟଙ୍କା କୁ କେତେକ ଅସାଧୁ କର୍ମଚାରୀ ଓ ମିଲର୍ସ ମାନେ ହଡପ କରୁଛନ୍ତି l ଏଥିରେ ନିରବ ଦ୍ରଷ୍ଟା ଶାଜିଛି ଜ଼ିଲ୍ଲା ପ୍ରସାଶନ ବୋଲି ଶ୍ରୀ ମାଝୀ କହିବା ସହ ଚାଷୀଙ୍କ ଟଙ୍କା କୁ ଲୁଟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି l ସରକାରୀ ଯେତେ ନିୟମ କଡାକଡି କରୁଛନ୍ତି ସେଥିରେ ବହୁ ଦୁର୍ନୀତି ହେବାରେ ଲାଗିଛି l ଚନ୍ଦାହାଣ୍ଡି ର କିଛି ଅସାଧୁ ଲୋକ ନବରଙ୍ଗପୁର ଜ଼ିଲ୍ଲାରେ ଏତେ ବ୍ୟାଙ୍କ ଥାଉ ଥାଉ କୋରାପୁଟ ଜ଼ିଲ୍ଲାର ସୁନାବେଡା ଠାରେ ଥିବା ଏକ୍ସସିସ ବ୍ୟାଙ୍କ ରେ ଖାତା ଖୋଲି ଟଙ୍କା ଲୁଟିଛନ୍ତି l ଚାଷୀଙ୍କୁ ଋଣ କରାଇଦେବା କହି ସେମାନଙ୍କ ଠାରୁ ଆବଶ୍ୟକୀୟ କାଗଜ ପତ୍ର ନେଇ ସେହି ବ୍ୟାଙ୍କରେ ଖାତା ଖୋଲାଯାଇଛି l ଚାଷୀଙ୍କ ଏ ଟି ଏମ କାର୍ଡ କୁ ହତେଇ ବା ସହ ଚାଷୀଙ୍କ ଅଜାଣତରେ ତାଙ୍କ ନାମରେ ଧାନ ମଣ୍ଡିରେ ଦେଇ ମାଲାମାଲ ହୋଇଛନ୍ତି l ବର୍ତମାନ ସୁଦ୍ଧା ଶତକଡା ପଚାଶ ଭାଗ ପ୍ରକୃତ ଚାଷୀଙ୍କ ଧାନ ବିକ୍ରି ହୋଇଛି l ଗତ ବର୍ଷ ଉମରକୋଟ ଠାରେ ଏକ ଦିନ ମଜୁରିଆ ଆକାଉଣ୍ଟ ରେ କୋଟି କୋଟି ତାଙ୍କର ଟ୍ରାନଯାକ୍ସନ ହୋଇ ଥିଲା l ଯଦି ଉପଯୁକ୍ତ ତଦନ୍ତ କରାଯାଇ ଅସାଧୁ ମିଲର୍ସ ଓ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥାନ୍ତା ତେବେ ଆଜି ଏଭଳି ଦୁର୍ନୀତି ହେଉ ନ ଥାନ୍ତା ବୋଲି ଶ୍ରୀ ମାଝୀ କହିଛନ୍ତି l ଚନ୍ଦାହାଣ୍ଡି ର ଚାଷି ଗିରିଧାରୀ ଗହିର କହିଛନ୍ତି ଆମ ଚାରି ଭାଇଙ୍କର ଚାଳିଶ ଏକର ସମ୍ପତ୍ତି ଦୁଇଶହ କୁଇଣ୍ଟାଲ ଧାନ ବିକ୍ରି କରିଥାନ୍ତୁ କିନ୍ତୁ ଆମେ ଧାନ ମଣ୍ଡିରେ ଦେବା ଆଗରୁ ମୋ ନାମରେ ମଣ୍ଡିରେ ଧାନ ବିକ୍ରି ହୋଇଯାଇଛି l ସେହିପରି ଚାଷି ନାରାୟଣ ହଂସ କହିଛନ୍ତି 170 କୁଇଣ୍ଟାଲ ଧାନ ମୋ ଜମି ପଟ୍ଟା ରେ ବିକ୍ରି କରିଦେଇଛନ୍ତି ଥାନାରେ ଏତଲା ଦେଇଥିବା ସେ କହିଛନ୍ତି l ସମେତ 30 ଜଣ ଚାଷି ଅନୁରୂପ ଅଭିଯୋଗ ଆଣିଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, ପି ସି ସି ପୂର୍ବତନ ସମ୍ପାଦକ ସରୋଜ ପାତ୍ର, ଖେମରାଜ ବାଘ, କଂଗ୍ରେସ ଲିଗାଲ ସେଲ ଅଦକ୍ଷ ରାମ ପ୍ରସାଦ ପାତ୍ର, ଚାଷି ନେତା ବୃନ୍ଦାବନ ତ୍ରିପାଠୀ, ଡି ସି ସି. ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ନଗର ସଭାପତି ଉତ୍ତମ ତ୍ରିପାଠୀ, ଯୁବ କଂଗ୍ରେସ ମୁଖ ପତ୍ର ସୁମିତ ପୂଜାରୀ, ଛାତ୍ର ନେତା ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ଜିଲ୍ଲା ପ୍ରଥିନିଧି କୋରେଶ ଉପାଶି ନୂତନ ଓଡ଼ିଶା ନିଉଜ ନବରଙ୍ଗପୁର