ପୁରା ଖବର ବିଷୟରେ



ବାଘ ଆକ୍ରମଣରେ ଗ୍ରାମବାସୀ ଆତଙ୍କିତ....

Feb 9 2021 9:53AM
ବାଘ ଆକ୍ରମଣରେ ଗ୍ରାମବାସୀ ଆତଙ୍କିତ.... ବାଘ ଆକ୍ରମଣରେ ୨ ଟି ଗାଈ ଓ ବାଛୁରୀର ଗଲାଣି ଜୀବନ । ନବରଙ୍ଗପୁର ଜିଲ୍ଲା ଗାଦବାକତରା ଗ୍ରାମରେ ବାଘ ଆକ୍ରମରେ ଗ୍ରାମବାସୀ ଆତଙ୍କିତ l ଗ୍ରାମର ଗୋଟିଏ ବାଛୁରୀ କୁ ଆକ୍ରମଣ କରି ସମ୍ପୂର୍ଣ ଖାଇ ଯାଇ ଥିବା ବେଳେ ଆଜି ସକାଳୁ ଆଉ ଗୋଟିଏ ଗାଈର କୁ ମାରି ଖାଇଛି ଏହି ମାଂସାସି ବାଘ । ଯେଉଁ ଗ୍ରାମରେ ଏହି ଆତଙ୍କ ଦେଖାଦେଇଛି ସେହି ଗ୍ରାମ ନିକଟରେ ରହିଥିବା ଆମ୍ବପାଣି ଘାଟି ଜଙ୍ଗଲ ଗ୍ରାମକୁ ଏହା ସଂଯୋଗ କରୁଛି । ଗତ ଅଳ୍ପ କିଛି ଦିନ ପୂର୍ବରୁ ଆମ୍ବପାଣି ଘାଟି ରେ ରାତିରେ ବାଘ ବୁଲୁଥିବାର ଭାଇରାଲ ଭିଡିଓ ଲକଙ୍କ ମନରେ ଚନକା ପସିଥିଲା । ଯାହାକୁ ନେଇ ଏହି ଜନ୍ତୁ ଟି ବାଘ ହିଁ ହୋଇଥିବା ଗ୍ରାମବାସୀ ମାନେ ଦାବି କରିଛନ୍ତି । ବର୍ତ୍ତମାନ ସେହି ବାଘ ଗ୍ରାମରେ ପଶି ଗୃହପାଳିତ ପଶୁ ଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରି ଗ୍ରାମବାସୀଙ୍କ ମନରେ ଛନକା ପସିଛି l ଗ୍ରାମରେ ଗୃହପାଳିତ ପଶୁ ଙ୍କୁ ଆକ୍ରମଣ ଘଟଣାକୁ ନେଇଁ ବନ ବିଭାଗକୁ ଗ୍ରାମବାସୀ ଖବର ଦେଇଥିଲେ ମଧ୍ୟ ଘଟଣା କୁ ହାଲକା ଭାବରେ ନେଇଁ ବନ ବିଭାଗ ପ୍ରାଥମିକ ତଦନ୍ତ କରି ନ ଥିବା ଗ୍ରାମବାସୀ କହିଛନ୍ତି l ତେବେ ସବୁ ଠାରୁ ବଡ଼ କଥା ହେଉଛି ଗ୍ରାମବାସୀଙ୍କ ବାଘ ଆକ୍ରମଣ କରିଥିବା ଆଶଙ୍କାକୁ ନେଇଁ କେତେ ସତ୍ୟତା ରହିଛି ତଦନ୍ତର ଆବଶ୍ୟକତା ରହିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବନବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ l ନବରଙ୍ଗପୁର ପାପଡାହାଣ୍ଡି ରୁ ରିପୋର୍ଟ ଗୁରୂ ପ୍ରସାଦ ପଣ୍ଡା ନୂତନ ଓଡିଶା ନିୟୁଜ