ପୁରା ଖବର ବିଷୟରେ



ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ର ମୋକିଆ ଗ୍ରାମରେ ଥଣ୍ଡର କପ୍ କ୍ରିକେଟ ଟର୍ନାମେଣ୍ଟ୍

Feb 8 2021 10:26PM
ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ର ମୋକିଆ ଗ୍ରାମରେ ଥଣ୍ଡର କପ୍ କ୍ରିକେଟ ଟର୍ନାମେଣ୍ଟ୍ ର ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ସୂଚନାଅନୁଯାୟୀ-୧୫/୦୧ ରିଖ ଶୁକ୍ରବାର ଦିନ ମୋକିଆ ଥଣ୍ଡର ଇଲେଭେନ୍ ଟିମ୍ ତରଫରୁ ୧୫ ଓଭର୍ ଲେଖାଏଁ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ୧୬ ଟି କ୍ରିକେଟ ଟିମ୍ କୁ ନେଇ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଆଜି ଫାଇନାଲ ମ୍ୟାଚ୍ ରେ ପାପଡାହାଣ୍ଡି ଓ କୋଡିଙ୍ଗା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଥିବା ଵେଳେ ପାପଡାହାଣ୍ଡି କ୍ରିକେଟ ଟିମ୍ ପ୍ରଥମେ ବେଟିଙ୍ଗ କରି ୧୫ ଓଭର ରେ ୨୫୯ ରନ୍ କରିଥିଲେ,ସେକେଣ୍ଡ ଇନିଂସ ବେଟିଙ୍ଗ କରି କୋଡ଼ିଙ୍ଗା କ୍ରିକେଟ୍ ଟିମ୍ ୧୪ ଓଭର୍ ରେ ମାତ୍ର ୭୮ ରନ୍ କରି ସମସ୍ତଉଇକେଟ୍ ହରାଇଥିଲେ। ପାପଡାହାଣ୍ଡି ଟିମ୍୧୮୧ ରନ୍ ରେ ଵିଜୟ ହାସଲ କରିଥିଲେ। ଉକ୍ତ ଫାଇନାଲ ମ୍ୟାଚ୍ ରେ ଡାବୁଗାଁ ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ଯୋଗ ଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ଯୁଵସଭାପତି ଶିବାନନ୍ଦ ବିଷୋୟୀ ଉପ ସଭାପତି ଯୁଗୋଳ ବିଷୋୟୀ ବ୍ଲକଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ ଉପସ୍ଥିତ ରହିଥିଲେ। ଵିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ଵିଜେତା ଦଳ କୁ ଟ୍ରଫି ସହିତ ୧୮ ହଜାର ଟଙ୍କା ପୁରସ୍କାର କରିଥିଲେ। ଉପ ଵିଜେତା ଭାବେ କୋଡ଼ିଙ୍ଗା ଦଳ କୁ ଟ୍ରଫି ସହିତ ୧୨ ହଜାର ଟଙ୍କା ପ୍ରଦାନ କରିଥିଲେ।ଏହି ମ୍ୟାଚ ରେ ଏମ୍ପାଏର୍ ଦୁର୍ଯ୍ୟୋଧନ ମିର୍ଗାନ୍ ଓ କୃଷ୍ନ ହରିଜନ ସହିତ କମେଣ୍ଟେଟର୍ ଶ୍ରୀ ଫ୍ରମେସିସ୍ ନାଗ୍ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୁଇ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ରୁ ଉପସ୍ଥିତ ରହି ଭରପୁର ମଜ୍ଜା ଉଠାଇଥିଲେ। ନବରଙ୍ଗପୁର ଜ଼ୀଲ୍ଲା ରୁ ପାପଡ଼ାହାଣ୍ଡି ବ୍ଳକ ପ୍ରତିନିଧି ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ ନୂତନ ଓଡିଶା ନିଉଜ ।