ପୁରା ଖବର ବିଷୟରେ



ନିଶାଗ୍ରସ୍ତ ଅବସ୍ଥାରେ ମୁଖ୍ୟ ରାସ୍ତାରେ ଗଡୁଛନ୍ତି ଜଣେ ସରକାରୀ ବାବୁ ।

Feb 8 2021 8:11PM
ନିଶାଗ୍ରସ୍ତ ଅବସ୍ଥାରେ ମୁଖ୍ୟ ରାସ୍ତାରେ ଗଡୁଛନ୍ତି ଜଣେ ସରକାରୀ ବାବୁ । ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ଏକ ମିଲୋମିଟର ଦୂର ତଥା ବାଲିମେଳା - ମାଲକାନଗିରି 326 ନମ୍ବର ଜାତୀୟ ରାଜପଥ ରେ ଜଣେ ସରକାରି ବାକୁ ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତା ଉପରେ ଗଡୁଥିବା ଘଟଣା ଦେଖିବାକୁ ମିଳିଛି। ସରକାରୀ ବାବୁ ଜଣକ ରାସ୍ତାରେ ଗଡୁଥିବା ସମୟରେ ସେ ବହୁତ ଜୋରରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିଜ ମୁହଁରେ କହୁଛନ୍ତି ଯେ ଆମ ନିଜ ଘର କେନ୍ଦ୍ରାପଡା । ମୁ କୋରୁକୁଣ୍ଡା ରେ ଉଦ୍ୟାନ ବିଭାଗରେ AHO ଅଛି । ମୁଁ ଆଜି ମଦ୍ୟପାନ କରିଦେଇଛି ବୋଲି ସରକାରୀ ବାବୁ ଜଣକ ଜୋର ରେ ସ୍ଥାନୀୟ ଲୋକଙ୍କୁ ନିଜେ କହୁଛନ୍ତି ମୁଖ୍ୟତଃ ମାଲକାନଗିରି ଜିଲ୍ଲାରେ ସରକାରୀ ବାବୁଙ୍କ ନିକଟରେ ପଇସାରେ ଅଭାବ ନଥାଏ ହେଲେ ଏହି ସରକାରୀବାବୁ ଜଣଙ୍କ ନିଜ ଦରମା ଟଙ୍କା ଖର୍ଚ କରି ନା ଉପୁରୀ ଟଙ୍କାରେ ସକାଳୁ ସକାଳୁ ମାତି ରାସ୍ତାରେ ଗଡୁଛନ୍ତି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସରକାରୀ ବାବୁ ଜଣକ ଆଜି ଶନିବାର ସକାଳେ ବଜାର କରି ଫେରୁଥିବା ସମୟରେ 326 ନୁମ୍ବର ମୁଖ୍ୟ ଜାତୀୟ ରାଜପଥ ରେ ନିଶାଗ୍ରସ୍ତ ଅବସ୍ଥାରେ ଗଡୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ଦେଖିବା ପରେ କିଛି ଅଞ୍ଚଳବାସୀ ତାଙ୍କୁ ରାସ୍ତା ଉପରୁ ଉଦ୍ଧାର କରି ଥିଲେ ।ଏହି ସରକାରୀ ବାବୁ ଜଣକ ନିୟମିତ ଅଫିସ ଯିବାର ନା ଧରୁ ନାହାଁନ୍ତି। ହେଲେ ସତରେ ବାବୁ ଜଣକ ଅଫିସ ଯିବେ କେମିତି ମଦ୍ୟପାନ କରି ରାସ୍ତାରେ ଗଡ଼ିବା ରୁ ସମୟ ମିଳିଲେ ତ ? ତେବେ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକ ର ଉଦ୍ୟାନ ବିଭାଗରେ AHO ଭାବେ କାର୍ଯ୍ୟରତ ଥିବା ସରକାରୀ ବାବୁ ଘଟାଇଥିବା ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ସମାଲୋଚନା କରିବା ସହ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।ତେବେ ଜିଲ୍ଲା ପ୍ରଶାସନ ନିଜେ ଏଥିରେ ହସ୍ତାକ୍ଷପ କରି ଘଟଣାର ଉଚସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ଆକୁଳ ନିବେଦନ କରିଛନ୍ତି । ତେବେ ଗତକାଲି ଶନିବାର ଓ ଆଜି ରବିବାର ଅଫିସ ଛୁଟି ଥିବାରୁ ଏ ନେଇ ଉଦ୍ୟାନ ବିଭାଗର ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।