ପୁରା ଖବର ବିଷୟରେ



ଏନ୍ ଟି ପି ସି କତୃପକ୍ଷ ଏବଂ ପ୍ରଦୂଷଣ ବିଭାଗିୟ ଅଧିକାରୀ ମାନଙ୍କ ଗୁମର ।

Feb 8 2021 8:08PM
ଏନ୍ ଟି ପି ସି କତୃପକ୍ଷ ଏବଂ ପ୍ରଦୂଷଣ ବିଭାଗିୟ ଅଧିକାରୀ ମାନଙ୍କ ଗୁମର । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ। ପଦାରେ ପଡିଯିବରକି ଏନ୍ ଟି ପି ସି କତୃପକ୍ଷ ଏବଂ ପ୍ରଦୂଷଣ ବିଭାଗିୟ ଅଧିକାରୀ ମାନଙ୍କ ଗୁମର । ନା ପ୍ରଶ୍ନ ବାଣରେ ଛନ୍ଦି ହୋଇଜିବାର ଭୟ । ଆମେ କହୁଛୁ ଅନୁଗୋଳ ଜିଲ୍ଲାର କଣିହାଁ ସ୍ଥିତ NTPC ଯୋଗୁଁ ହେଉଥିବା ପ୍ରଦୂଷଣ ର କଥା । ଆପଣ ମାନେ ଅନେକ ଥର ଦେଖିଥିବେ କିଭଳି ଭାବରେ ଏନ୍ ଟି ପି ସି ଜଳଭାଗ ହେଉ, କି ସ୍ଥଳ ଭାଗ ହେଉ । ସବୁଥିରେ ଭରି ଦେଉଛି ଧଳା ରୂପି ପାଉଁଶ ନାମକ ଜହର । କିନ୍ତୁ ବର୍ଷକୁ ଯେଉଁ ଥରେ କିମ୍ବା ଦୁଇଥର ଭିଜିଟ୍ ପ୍ରୋଗ୍ରାମ ରହୁଛି ଠିକ୍ ତାର ଦୁଇ ଦିନ ପୂର୍ବରୁ ପାଉଁଶ ପାଣିକୁ ଟିକିରା ନଦୀରେ ପ୍ରବାହିତ କରିବା ବନ୍ଦ କରିଦେଉଛନ୍ତି । ଭିଜିଟ୍ ପ୍ରୋଗ୍ରାମ ସରିଲେ ପୁଣି ସେହି ପୂର୍ବ ପରି ପାଉଁଶ ଟିକିରା ନଦୀରେ ପ୍ରବାହିତ କରନ୍ତି । ଏବଂ ପାଉଁଶ ଉପରେ ,ଓ ରାସ୍ତାଉପରେ ମଧ୍ୟ ଦୁଇଦିନ ପାଣି ପକାଇ ଥାଆନ୍ତି । ଅଞ୍ଚଳ ବାସୀ ମାନଙ୍କ ଅଙ୍ଗ୍ଯାତରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗୀୟ ଅଧିକାରୀ ମାନେ ଆସନ୍ତି ଯାହାଫଳରେ ସେମାନେ ପ୍ରକୃତ ପ୍ରଦୂଷଣର ମାତ୍ର କୁ ଦେଖାଇ ପାରନ୍ତି ନାହିଁ । ଆସ୍ ପଣ୍ଡ ର ପାଉଁଶ ପାଣିକୁ ଭିଜିଟ୍ ପ୍ରୋଗ୍ରାମ ପାଇଁ ଦୁଇ ଦିନ ବନ୍ଦ କରିଦିଆଯାଊଛି । କିନ୍ତୁ ନଦୀ ନାଳରେ ପାଣି ତଳେ ବାଲି ପରିବର୍ତ୍ତେ ପାଉଁଶ ପଡ଼ିରହିଛି । ଏହିସବୁ ଏବିଷୟରେ ଆମ ପ୍ରତିନିଧି ନରୋତ୍ତମ ସେଠୀ ଏନ୍ ଟି ପି ସି ଏବଂ ଆସିଥିବା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେକି ବାୟୁମଣ୍ଡଳ ଦୂଷିତ ଏବଂ ଟିକିରା ନଦୀର ଜଳକୁ ଯେଉଁପରି ଭାବରେ ପ୍ରଦୂଷଣ କରାଯାଉଅଛି ତାହା NTG ର କେଉଁ ଗାଇଡ୍ ଲାଇନରେ ଅଛି । କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ କତ୍ତୃପକ୍ଷ ଏବଂ NTPCର ଆସ୍ ପଣ୍ଡ ଦାଇତ୍ୱରେ ଥିବା ଅଧିକାରୀ ମାନେ ପ୍ରତିକ୍ରିୟା ନରଖି ଚାଲି ଯାଇଥିଲେ ।