ପୁରା ଖବର ବିଷୟରେ



ବା ବା ବା ରେ ପ୍ରଶାସନ ସ୍ୱାଧୀନତା ର ୭୪ ବର୍ଷ ପରେ ମଧ୍ୟ ପକା ସଡକ ନଥିବାଯୋଙ୍ଗୁ ରାସ୍ତାରେ ପ୍ରସବ କରିଲେ ମହିଳା

Feb 8 2021 7:02PM
ବା ବା ବା ରେ ପ୍ରଶାସନ ସ୍ୱାଧୀନତା ର ୭୪ ବର୍ଷ ପରେ ମଧ୍ୟ ପକା ସଡକ ନଥିବାଯୋଙ୍ଗୁ ରାସ୍ତାରେ ପ୍ରସବ କରିଲେ ମହିଳା ରାୟଗଡ଼ା ଭଳି ଉପାନ୍ତ ଜିଲ୍ଲା ବର୍ତ୍ତମାନ ମଧ୍ୟ ସ୍ୱାଧୀନତା ର ସ୍ୱାଦ ଚାଖିନି ।ଏହାର ଏକ ଜଳନ୍ତ ଉଦାହରଣ ହେଲା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବଣ୍ଡାଦରା ଗ୍ରାମକୁ ଏ ପର୍ଯ୍ୟନ୍ତ ରାସ୍ତା ନାହିଁ। ତାହାର ପରିଣାମ ସ୍ଵରୁପ ଆଜି ଏକ ଗର୍ଭବତି ମା ଲଛି ମାଝୀ (୨୨) ସ୍ୱାମୀ କୌଲାସ ମାଝୀ ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଉକ୍ତ ଗ୍ରାମରେ ଆଶାଦିଦି ୧୦୨ ଗାଡ଼ିକୁ ଯୋଗାଯୋଗ କରିଥିଲେ। ହେଲେ ଦୁଭାଗ୍ୟ ବସତ ଗାଁ କୁ ରାସ୍ତାଟିଏ ନଥିବାରୁ ଗ୍ରାମ ଠାରୁ ପ୍ରାୟ ୨କି. ମି ପୂର୍ବରୁ ଆମ୍ବୁଲାନ୍ସ ଟି ଅଟକି ଯାଇଥିଲା ଏନେଇ ନଦିପାର ହୋଇ ଯିବାକୁ ପଡୁଥିବାରୁ ୧୦୨ ଆମ୍ବୁଲାନ୍ସ ଗନ୍ଥବ୍ୟ ସ୍ତଳରେ ପହଞ୍ଚିବାରେ ବିଫଳ ହୋଇଥିଲା । ୧୦୨ ଆମ୍ବୁଲାନ୍ସ ଚାଳକ ଅନିଲ ନାକେ ଆଶାଦିଦି ମଙ୍ଗଳ ଦେଇ ନାକେ ଏବଂ ପରିବାରର ଲୋକେ ଏକ ଖଟିଆରେ ଗର୍ଭବତି ମା କୁ ନଦି ପାର କରି ଆଣିଥିଲେ। ପ୍ରଶବ ବେଦନା ଅତ୍ୟଧିକ ହେବାରୁ ଗ୍ରାମର ମହିଳା ମାନେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚିବା ଆଗରୁ ଆଶାଦିଦି ସାହାଯ୍ୟରେ ରାସ୍ତା କଡରେ ପ୍ରଶବ କରାଇଥିଲେ । ଗର୍ଭବତି ମା ନବଜାତ ଶିଶୁ କନ୍ୟା ଜନ୍ମ ଦେଇଥିଲେ ଆମ୍ବୁଲାନ୍ସ ଳ ନିକଟରେ ପହଞ୍ଚିବ । ପରେ ତୁରନ୍ତ ଡଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ସେଠାରେ ଉଭୟ ମା ଏବଂ ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସଠିକ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ଏଭଳି ଘଟଣା କାଶିପୁର ବ୍ଳକ ନିତିଦିନିଆ ଘଟଣା ପାଲଟିଥିବା ବେଳେ ଏଭଳି ଘଟଣା ପ୍ରଶାସନ ଗୁରୁତର ସହ ନେବାକୁ ଅଛଳ ବାସି ଦାବି କଥିଛନ୍ତି।