ପୁରା ଖବର ବିଷୟରେ



ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ଆଜି ସାରା ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

Feb 8 2021 6:58PM
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ଆଜି ସାରା ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ଏହି ଉପଲକ୍ଷେ ରାୟଗଡ଼ା ପିଡ଼ାବ୍ଲୁଡି ଡ଼ାକବଙ୍ଗଳା ନିକଟରୁ ଏକ ଶୋଭାଯାତ୍ରାରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ୱର ଦାସ , ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ର ରାଜ୍ୟ ସଭାପତି ଶ୍ରୀ ଅରୁଣ କୁମାର ଲେଙ୍କା , ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ ଜିଲ୍ଲା ଉପସଭାପତି ଶ୍ରୀ ମହନରାଓ ମାଝୀ, ଯୋଗଦେଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମମତା ବିଶ୍ଵାଳ ସଂପାଦିକା ଶ୍ରୀମତୀ ପୂଷ୍ପା ବେଉରିଆ ନେତ୍ରୂତ୍ୱରେ ସାଭାଯାତ୍ରା ବାହାରିଥିଲେ