ପୁରା ଖବର ବିଷୟରେ



ଭାରତୀୟ ମଜଦୂର ସଂଘ ନବରଙ୍ଗପୂର ଜିଲ୍ଲା କମିଟି ତରଫରୁ ଆଜି ନବରଙ୍ଗପୂର ସ୍ଥିତ ଦାରୁବନ୍ଧ ସହି ରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

Feb 8 2021 6:39PM
ଭାରତୀୟ ମଜଦୂର ସଂଘ ନବରଙ୍ଗପୂର ଜିଲ୍ଲା କମିଟି ତରଫରୁ ଆଜି ନବରଙ୍ଗପୂର ସ୍ଥିତ ଦାରୁବନ୍ଧ ସହି ରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରହ୍ଲାଦ ନାୟକ ଯୋଗଦେଇ ପ୍ରଦିପ ପ୍ରଜଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୂର ଜିଲ୍ଲା ସମ୍ପାଦକ ପରମେଶ୍ବର ବିଷୋୟୀ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବିଳନୀ ରେ ନୂଆ କମିଟି ଗଠନ କରାଯାଇଥିଲା , ଏବଂ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା,। ରାଜ୍ୟ ସରକାର ଙ୍କୁ ତିନି ଦଫା ଦାବି ପ୍ରେରିତ କରିବା ନେଇ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନବରଂଗପୂର ମଜଦୂର ସଙ୍ଗ ସଭାପତି ବାଙ୍କ ବିହାରୀ ବିଷୋୟୀ , ରାଜ୍ୟ ଅଙ୍ଗନବାଡ଼ି ସଂଘ ଉପ ସଭାନେତ୍ରୀ ଶ୍ରୀମତୀ ସବିତା ନାୟକ , ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ରିସ୍କା ଚାଳକ ମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ରୁ ଭର୍ତ ହରିଜନଙ୍କ ସହ ମୁନ୍ନାଦଳେଇଙ୍କ ରିପୋଟ ନୂତନ ଓଡିଶା ନ୍ୟୁଜ୍