ପୁରା ଖବର ବିଷୟରେ



କୋଭିଡ ଟୀକା ନେଲେ ନବରଙ୍ଗପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

Feb 7 2021 8:55PM
- କୋଭିଡ ଟୀକା ନେଲେ ନବରଙ୍ଗପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ କୋଭିଡ ଟିକାଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଏହି ଟିକାଦାନ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଏ ମୀନା,ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରାଇତ କୋଭିଡ ଟିକା ନେଇଛନ୍ତି ଏବଂ ଜିଲ୍ଲା ର ଅନ୍ୟାନ୍ୟ ଅଧିକାରୀମାନେ ଟିକା ନେବାର କାର୍ଯ୍ୟକ୍ରମ ରହିଛି ବୋଲି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଧିକାରୀ ଡ଼ଃ ଶୋଭରାଣୀ ମିଶ୍ର ସୂଚନା ଦେଇଛନ୍ତି।