ପୁରା ଖବର ବିଷୟରେ



ଗାଁ ମୁହାଁ ଭାଲୁ

Feb 5 2021 12:27PM
ଗାଁ ମୁହାଁ ଭାଲୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଉଦୟପୁର ଠାରୁ ଦିଗି ସଲପା ମୁଖ୍ୟ ରାସ୍ତାରେ ଏକ ବଡ଼ ଭାଳୁ ମୁଖ୍ୟ ରାସ୍ତା ଦେଇ ଦିଗି ସଲପା ଗାଁ ମୁହାଁ ହୋଇ ଯାଉଥିବା ଦେଖିବାକୁ ମିଳିଥିଲା,ଜଙ୍ଗଲ ନଷ୍ଟ ହୋଇ ପଦା ହୋଇଯିବା ଫଳରେ ଖାଦ୍ୟ ନିମନ୍ତେ ଭାଲୁ ମାନେ ଗାଁ ମୁହାଁ ହେଉ ଥିବା ଦେଖି ବାକୁ ମିଳୁଛି |ଭାଳୁ ଯିବା ଦେଖି ସେହି ପାଖା ପାଖି ଜମିରେ କାମ କରୁଥିବା ଶ୍ରମିକ ମାନେ ଦଉଡ଼ି ପଳାଇଥିଲେ | ଗତ ଅଲ୍ପ ଦିନ ତଳେ ଏ ଅଞ୍ଚଳର ତେନ୍ତୁଳିଖୁଣ୍ଟି ଗାଁ ଭିତରେ ତାରିଣୀ ମନ୍ଦିର ପରିସରରେ ଭାଲୁ ଥିଲା,ସେହିପରି ଅଞ୍ଚଳଗୁମା,ଜଗନ୍ନାଥ ପୁର,ଦହଣା,ଗୌଡ଼ଗୁଡା,ମେଂଟରୀ, ସବୁ ଦିନିକିଆ ଭାଳୁ ବୁଲୁଥିବା ଦେଖିବାକୁ ମିଲୁଛି,କେତେକ ଗ୍ରାମର ବ୍ୟକ୍ତି କୁ ଆକ୍ରମଣ କରି ଆହତ କରି ଥିବା ଖବର ରହିଛି,କେତେଜଣ ଭାଳୁ ଆକ୍ରମଣ ରେ ମରିଛନ୍ତି ,ଜଙ୍ଗଲ ବିଭାଗ ର ଅଧିକାରୀ ଜାଣିଶୁଣି ଚୁପ ରହୁଥିବା ଏ ଅଞ୍ଚଳ ବାସୀ କହୁଛନ୍ତି |