ପୁରା ଖବର ବିଷୟରେ



ଧାମନଗରରେ ମଧୁବାବୁ ସ୍ମୃତି ପରିଷଦ ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ----

Feb 5 2021 11:07AM
ଧାମନଗରରେ ମଧୁବାବୁ ସ୍ମୃତି ପରିଷଦ ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ---- ଆଜି ପୂର୍ବାହ୍ନ ଏଗାରଟାରେ ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା କଲ୍ୟାଣ ମଣ୍ଡପରେ ମଧୁବାବୁ ଙ୍କ ମହାପରିନିର୍ଵାଣ ଦିବସ ଅବସରରେ ମଧୁବାବୁ ସ୍ମୃତି ପରିଷଦର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା।ଉକ୍ତ ଉଦଘାଟନୀ ଉତ୍ସବଟି ଧମନଗର ଓକିଲ ସଂଘର ସଭାପତି ଅରୁଣ ପ୍ରକାଶ ନାଏକ, ସମ୍ପାଦକ ଅମରେନ୍ଦ୍ର ମହାନ୍ତି,ଅଶୋକ ଦାଶ,ବିଜୁରାମ,ସୁବ୍ରତ ନାଏକ ପ୍ରମୁଖ ଓକିଲ ମାନଙ୍କ ଅଦମ୍ୟ ସହଯୋଗରେ ଉଦଘାଟନୀ ଉତ୍ସବ ଟି ଅନୁଷ୍ଠିତ ହୋଇଯାଇଥିଲା।ଉକ୍ତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଧାମନଗର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ସେଠୀ,ଅଭୟ କୁମାର ଦ୍ୱିବେଦୀ,ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସଂଗ୍ରାମ ଆଚାର୍ଯ୍ୟ,ବସନ୍ତ ବିଶ୍ବାଳ,ଦେବାଶିଷ ସାମଲ, ଶ୍ରୀ ଯୁକ୍ତ ବିରେନ୍ଦ୍ର ଜେନା,ଧାମନଗର ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ ସୁରଥ ସେଠୀ, ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ ମନୋଜ ମଲ୍ଲିକ, ମଧୁବାବୁ ସ୍ମୃତି ପରିଷଦର ସମସ୍ତ ସଦସ୍ୟ, ଧାମନଗର ଓକିଲ ସଂଘର ପଦାଧିକାରୀ ଓ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ମଧୁବାବୁ ଙ୍କ ପବିତ୍ର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଧାମନଗର ବିଧାୟକ ମଧୁବାବୁ ଙ୍କ ଜୀବନୀ ବିଷୟରେ ମହତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ ଏବଂଯାଉ ଏ ଜୀବନ.....ଥାଉ ଏ ଜୀବନ ଗୀତ ପରିବେଷଣ କରି ସଭାସ୍ଥିତ ଲୋକମାନଙ୍କର ମନ ମୁଗ୍ଧ କରିଥିଲେ ଏବଂ ହିନ୍ଦୁ , ମୁସଲମାନ ଭାଇଚାରାର ମାଟି ଧାମନଗରରେ ଵାଵୁରୀ ମସଜିଦ ପ୍ରସଙ୍ଗର ଇତିହାସ କୁ କେନ୍ଦ୍ରକରି ନିଜେ ଵାବୁରୀ ମସଜିଦ ଭାଙ୍ଗିଥିଲେ ବୋଲି ଏକ ସାମ୍ପ୍ରଦାୟିକ ମନ୍ତବ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଯାହା ଫଳରେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଇସଲାମ ଧର୍ମାମ୍ଵଲମ୍ବୀଙ୍କ ହୃଦୟରେ କଠୋରାଘାତ ହୋଇଥିଲାଏବଂ ପ୍ରତିବର୍ଷ କେମିତି ଧାମନଗରରେ ମଧୁବାବୁଙ୍କର ମହାପ୍ରୟାଣ ଦିବସ ପାଳିତ ହେବ ଓ ମଧୁବାବୁଙ୍କର ଏକ ପ୍ରତିମୁର୍ତି ନିର୍ମିତ ହେବ ବୋଲି ପ୍ରତିଶ୍ରୁତି ସହିତ ପ୍ରତିଜ୍ଞା କରିଥିଲେ ।