ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା ଧାମନଗରରେ ଗୃହିଣୀ ଙ୍କ ପାକଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Feb 1 2021 6:34PM
ଭଦ୍ରକ ଜିଲ୍ଲା ଧାମନଗରରେ ଗୃହିଣୀ ଙ୍କ ପାକଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର ଫିଡର ସ୍କୁଲ ପଡିଆରେ ଓଡ଼ିଶା ଆସୋସିଏସନ୍ ଅଫ ଚେଫ୍ ସୋସାଇଟି(Odisa association of chefs societie)ତରଫରୁ ଗୃହିଣୀଙ୍କ ପାକଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆତ୍ମନିର୍ଭରଶୀଳ କାର୍ଯ୍ୟକ୍ରମରେ ଓଡିଶା ଆସୋସିଏସନ୍ ଅଫ୍ ଚେଫ୍ ସୋସାଇଟିର ସଭାପତି ସିତାରାମ ନାୟକ,ମଳୟ କୁମାର ବେହେରା, ସମ୍ପାଦକ ଅଭିଷେକ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପାଣି ଏବଂ ଆସୋସିଏସନ ର ମେମ୍ବର ମାନଙ୍କ ମିଳିତ ସହଯୋଗ ରେ ମଳୟ କୁମାର ବେହେରା ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଧାମନଗର ଅଞ୍ଚଳରୁ ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଗୃହିଣୀ ମାନଙ୍କ ମଧ୍ୟରେ ଓଡ଼ିଶା ମାଟିରେ ଓଡ଼ିଆ ଖାଦ୍ୟ ପଦାର୍ଥ ପରଷିବା ର ଏକ ପ୍ରତିଯୋଗିତା ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥର ମାନ ନିର୍ଦ୍ଧାରଣ କରିବା ଏବଂ ଓଡ଼ିଶାର ଖାଦ୍ୟପଦାର୍ଥକୁ କେମିତି ଦେଶ ବିଦେଶରେ ଉତ୍ତମ ଖାଦ୍ୟ ପଦାର୍ଥର ମାନ୍ୟତା ଦେବା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀ ମାନଙ୍କୁ ଖାଦ୍ୟ ପରଷା ଯାଇଥିଲା ଯଥା--ଶାଗ ପଖାଳ, ବଡ଼ିଚୁରା, ଚଟଣୀ,ପତ୍ରପୋଡା,ଦହିବରା, ଛେନାପୋଡ଼,ମାଲପା,ମୁଆ,ଖଟା,ମିଠା,ଚକୁଳୀ,ମଣ୍ଡାପିଠା ଏମିତି କେତେ କ'ଣ। ତନ୍ମଧ୍ୟରୁ ମା ବାସୁଳାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପତ୍ରପୋଡା ଖାଦ୍ୟର ସ୍ବାଦ ଚଖାଇ ଏହି କାର୍ଯ୍ୟକ୍ରମ ରେ ଵିଜୟୀଲାଭ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସନ୍ମାନୀତ ଅଥିତି ଧାମନଗର ବ୍ଲକ ତହସିଲଦାର ଶ୍ରୀ ଯୁକ୍ତ ରାଧାକାନ୍ତ ବାରିକ ମହୋଦୟ, ଧାମନଗର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯୁକ୍ତ ରତିକାନ୍ତ ଗିରି, ବରିଷ୍ଠ ସାମ୍ବାଦିକ ତଥା ହିତୋପକାରୀ ଶ୍ରୀ ଯୁକ୍ତ ବିରେନ୍ଦ୍ର କୁମାର ଜେନା, ସଙ୍ଗୀତଜ୍ଞ ଅଶ୍ରୁମୋଚନ ଭାଇ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ ମୂଳକ ଉପଦେଶ ଦେଇଥିଲେ ଏବଂ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନିଆଯାଇଥିଲା ।