ପୁରା ଖବର ବିଷୟରେ



ଫଟୋ ଗ୍ରାଫର ଓ ଭିଡ଼ିଓ ଗ୍ରାଫର ଙ୍କ ବନ୍ଧୁ ମିଳନ ଓ ନୂତନ ସଂଘ ଗଠନ ।

Feb 1 2021 7:20AM
ଫଟୋ ଗ୍ରାଫର ଓ ଭିଡ଼ିଓ ଗ୍ରାଫର ଙ୍କ ବନ୍ଧୁ ମିଳନ ଓ ନୂତନ ସଂଘ ଗଠନ । ନବରଙ୍ଗପୁର ଜିଲ୍ଲା ରେ ପ୍ରଥମଥର ପାଇଁ ଫୋଟଗ୍ରାଫର ଓ ଭିଡ଼ିଓ ଗ୍ରାଫର ଙ୍କ ନୂତନ ସଂଘଠନ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଅୟୋଜନ ପାପଡାହାଣ୍ଡି ମୃଗବିହାର ସମ୍ମୁଖରେ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ଫୋଟଗ୍ରାଫୋର ୟୁନିଅନ ର ସଭାପତି ଶ୍ରୀ ଯୁକ୍ତ ବିରେନ ପଟ୍ଟନାୟକ, ଜେନେରାଲ ସେକ୍ରେଟାରୀ ଶ୍ରୀ ଗୌରୀ ଶଙ୍କର ମହାଙ୍କୁଡ, ଉପସଭାପତି ମିଥୁନ କୁମାର ଜେନା ଙ୍କ ସହ ସୁକାନ୍ତ କୁମାର ସାହୁ, ଓ ନବରଙ୍ଗପୁର ଜିଲ୍ଲା ର ମୁଖ୍ୟ ଦାୟିତ୍ୱ ଭାବେ ଶ୍ରୀ ପ୍ରଣବ ପଟ୍ଟନାୟକ, ସହଯୋଗୀ ସୁଶାନ୍ତ ବେହେରା, ଙ୍କ ସହ ପାପଡାହାଣ୍ଡି ର ରାଜେଶ ପିଲେଇ ଙ୍କ ସହ ନବରଙ୍ଗପୁର ଜିଲ୍ଲା ର 10 ଗୋଟି ବ୍ଲକ ର ବହୁ ସଂଖ୍ୟା ରେ ଫୋଟ ଓ ଭିଡ଼ିଓ ଗ୍ରାଫୋର ଉପସ୍ଥିତ ଥିଲେ ।ଏମାନ ଙ୍କ ମଧ୍ୟରେ ଉମରକୋଟ ର, ଚନ୍ଦନ ସଭାପତି, ରାଜୁ ସାବତ, ହରିହର ପ୍ରହଲ୍ଲାଦ, ଅଶୋକ ଶତପଥି ଉପସ୍ଥିତ ଥିଲେ.।