ପୁରା ଖବର ବିଷୟରେ



ଉଦଳା ବସ ଷ୍ଟାଣ୍ଡ ରେ ପୋଲିଓ କାର୍ଯକ୍ରମ

Jan 31 2021 7:38PM
ଉଦଳା ବସ ଷ୍ଟାଣ୍ଡ ରେ ପୋଲିଓ କାର୍ଯକ୍ରମ ସାରା ବିଶ୍ବକୁ ପୋଲିଓ ମୁକ୍ତ କରିବା ପାଇଁ ବିଶ୍ଵ ଆଜି ପୋଲିଓ ମୁହଁ ହୋଇଛି ।ସେହି ପରିପ୍ରେକ୍ଷୀରେ ଉଦଳା ଡାକ୍ତର ଖାନା ତରଫରୁ ଉପଖଣ୍ଡ ଅଧିକ୍ଷକ ଶିବାନନ୍ଦ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଳା ବସ ଷ୍ଟାଣ୍ଡ ରେ ଏକ ପୋଲିଓ ଶିବିର ହୋଇଛି ।ନିଜେ ଶ୍ରୀ ମହାନ୍ତି ପିଲା ମାନଙ୍କୁ ପୋଲିଓ ଦେଇ ଥିବାର ଦେଖା ଯାଇଛି ।ବସ ରେ ଯାତାୟାତ।କରୁଥିବା ପିଲା ମାନଙ୍କୁ ପୋଲିଓ ଦିଆ ଚାଲିଛି ।ଶ୍ରୀ ମହାନ୍ତି ପ୍ରତ୍ୟକ୍ଷ ଭାବରେ ତଦାରଖ କରୁଛନ୍ତି । ଆଜି ଦିନ ୧୨ ଘଟିକା ବେଳକୁ ୩୨ ଜଣ ପିଲା।ପୋଲିଓ ନେଇ ସାରିଛନ୍ତି ।ଉଦଳା ଡାକ୍ତର ଖାନର ମହିଳା ସ୍ବାସ୍ଥ୍ୟ କର୍ମୀ ଅନିତା ବେହେରା ସୁଚାରୁ ରୂପେ କାର୍ଯ ସମ୍ପାଦନ କରୁଛନ୍ତି ,ତାଙ୍କୁ କରୁଣାକର ମୁଖି ସହଯୋଗ କରୁଛନ୍ତି ।