ପୁରା ଖବର ବିଷୟରେ



କଳାହାଣ୍ଡି ଜିଲ୍ଲା ୱେବ ମେଡିଆ ସାଧାରଣ ବୈଠକ ।

Jan 31 2021 7:35PM
କଳାହାଣ୍ଡି ଜିଲ୍ଲା ୱେବ ମେଡିଆ ସାଧାରଣ ବୈଠକ । ଦୁର୍ନୀତି ମୁକ୍ତ ସମାଜ ଗଢିବାରେ ହେଉ କି ଲୋକଙ୍କ ସମସ୍ୟା କୁ ଉଜାଗର କରିବାରେ ମେଡିଆ ର ଭୂମିକା ଅତୁଳନୀୟ।। କଳାହାଣ୍ଡି ର ୱେବ୍ ମେଡିଆ ସଂଘ ର ସାଧାରଣ ବୈଠକ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୂରାପାହାଡ ର ପ୍ରକୃତି ମୟ ପରିବେଷ୍ଟନୀ ରେ ଅନୁଷ୍ଠିତ ହୋଇଯାଇଛି।। ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ମାଟିର ଯୋଗ୍ୟ ସନ୍ତାନ, ଦୁର୍ନୀତି ନିବାରଣ ସଂଘ ଓଡିଶା ର ସଭାପତି ସମ୍ମାନ ସ୍ପଦ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିଲେ।। ଜିଲ୍ଲା ସଭାପତି ଶୀଯୁକ୍ତ ଆଦିତ୍ୟ ମହାନ୍ତି, ସାଧାରଣ ସଂପାଦକ ସଂଗ୍ରାମ ପାତ୍ର ତଥା କାର୍ଯ୍ୟ ରତ ସଭାପତି କୁଳମଣି ନାଗ୍ ଉପସ୍ଥିତ ଥିଲେ।। ଯୁବ ୱେବ ସାମ୍ବାଦିକ ମାନଙ୍କୁ ସମାଜର ହିତ ଆଉ ଲୋକଙ୍କ ଆବଶ୍ୟକତା କୁ ହୃଦୟଙ୍ଗମ କରି ସମସ୍ୟା ର ନିରାକରଣ ପାଇଁ କଲମ ମୂନ ରେ ଲଢେଇ କରିବାକୁ ହେବ।। ଲାଲସା, ଭୟ ଠୁ ଦୂରେଇ ରହି ସମାଜ ପାଇଁ ଅନୁପ୍ରାଣିତ ହୋଇ ଉସର୍ଗିକୃତ ସେବା କଲେ ପରମ ଆନନ୍ଦ ପ୍ରାପ୍ତ ହୁଏ।। ନା ନଇଁ ଯିବାର ଅଛି ନା ଭାଙ୍ଗିପଡିବାର ଅଛି, ଦୃଢତା ର ସହିତ ସମାଜ ପାଇଁ କିଛି କରିବାର ଅଛି ବୋଳି ମୂଖ୍ୟ ଅତିଥି ବକ୍ତବ୍ୟ ରେ ଉତ୍ସାହିତ କରିଥିଲେ।। ଏହି ପରିପ୍ରେକ୍ଷୀରେ ଗୋଳାମୁଣ୍ଡ ବ୍ଳକ ୱେବ୍ ମେଡିଆ ସଂଘ ଗଠନ କରାଯାଇଥିଲା।। ସଂପାଦକ ଭାବରେ ଈଶ୍ୱର ପଟେଲ, ସଭାପତି ଭାବରେ ରାମ କୁମର ସେନାପତି ଆଉ କୋଷାଧ୍ୟକ୍ଷ ଭାବରେ ରବିନ୍ଦ୍ର କୁମାର ରାଉତ ମନୋନୀତ ହୋଇଥିଲେ।। ନିସ୍ୱାର୍ଥ ଆଉ ନିର୍ଭୟ ରେ ମେଡିଆ ସମ୍ବିଧାନ କୁ ଆନ୍ତରିକତା ର ସହ ପାଳନ କରି କାର୍ଯ୍ୟ ସଂପାଦନ କରିବାକୁ ଉତ୍ସାହିତ କରି ନବ ମନୋନୀତ କର୍ମକର୍ତ୍ତା ଙ୍କୁ ଦିଗଦର୍ଶନ ଦେଇଥିଲେ।।