ପୁରା ଖବର ବିଷୟରେ



ଭାରତୀୟ ମଯଦୁର ସଙ୍ଘ ତୋରଫରୁ ପ୍ରଭାସି ଓ ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ।

Jan 30 2021 8:48PM
ଭାରତୀୟ ମଯଦୁର ସଙ୍ଘ ତୋରଫରୁ ପ୍ରଭାସି ଓ ନିର୍ମାଣ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ବିଶ୍ୱାକର୍ମା ମଜଦୁର ସଂଘ ଏବଂ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଦ୍ୱାରା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ , (ଭୁବନେଶ୍ବର) ର ରାୟଗଡ଼ା ଶାଖା ରେ ପଞିକୃତ ଶହେରୁ ଊର୍ଦ୍ଧ ପ୍ରଭାସୀ ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ଏହି ଉପଲକ୍ଷେ କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଗ୍ରାମସ୍ଥିତ ସୋରିଷପଦର ଛକ ଠାରୁ ଭାରତୀୟ ମଜଦୁର ସଂଘର କାଶିପୁର ବ୍ଲକ ସଭାପତି ବିଜୟ ଦାସଙ୍କ ସଭାପତିତ୍ବରେ ଆୟୋଜିତ ପରିଚୟ ପତ୍ର କାଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶ୍ରମ ବିଭାଗ ନିରିଖ୍ୟକ ଶ୍ରୀ ସଂଞୟ କୁମାର ରୋହିତ , ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ଜିଲ୍ଲା ଉପସଭାପତି ଶ୍ରୀ ମହନରାଓ ମାଝୀ , ଶ୍ରୀ ଜଗନ୍ନାଥ ଉତ୍କଳ ଆଲୁମିନା ଶ୍ରମିକ ସଂଘର ସଭାପତି ଡମ୍ବରୁଧର ମାଝି ଯୋଗଦେଇ ଏକଶହରୁ ଊର୍ଦ୍ଧ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଧାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା, ଭାରତ ମାତା ଏବଂ ସଂଘର ପ୍ରତିଷ୍ଠାତା ଦନ୍ତପନ୍ଥ ଥେଗଂଡି ଜି ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୁଷ୍ପାଞ୍ଜଳି ଅର୍ପଣ କରି କାଯ୍ୟ କର୍ତ୍ତାଙ୍କ ଦ୍ୱାରା ଶ୍ରମିକ ସଂଗୀତ ଗାନ କରାଯାଇଥିଲା । ଏବଂ କରୋନା ସମୟରେ ସହିଦ୍ ହୋଇଥିବା ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ବକ୍ତା ଶ୍ର ଯୋଗେଶ୍ବର ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଭାରତୀୟ ମଜଦୁର ସଂଘ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଏବଂ ରାଷ୍ଟ୍ରହିତ ହିତ , ଉଦ୍ୟୋଗ ହିତ, ଶ୍ରମିକ ହିତ କୁ ଦୃଷ୍ଟିରେ ରଖି ଶ୍ରମିକ ମାନଙ୍କୁର ସମସ୍ତ ସମସ୍ୟାକୁ ସମାଧାନ କରିବାରେ ଏକ ଅଗ୍ରଣୀ ଯୋଗଦାନ ଦେଇ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି। ଉକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକମାନେ ଯୋଗଦେଇ ଥିଲେ। ଶେଷରେ ସମସ୍ତଙ୍କୁ ଶ୍ରୀମତୀ ଉଷାରାଣୀ ଦାଶ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସାଂଗ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମହୋନ ରାଓ ମାଝୀ , ବନ୍ଧୁ ସନ୍ତୋଷ ପଟ୍ଟନାୟକ, ପ୍ରଭାକର ରତନାଲୁ , ବ୍ୟବସାୟ ମଜଦୂର ସଂଘ ର ଆନନ୍ଦ ରାଉଳ, ବିଶ୍ଵକର୍ମା ମଜଦୂର ସଂଘ ର ଜିଲ୍ଲା ସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ , ଅଲ ଓଡ଼ିଶା ଅଗଂନବାଡି ଲେଡିଜ ୱ।ର୍କରସ ଆସୋସିଏସନ୍ ର ଗୈ।ରି ପଣ୍ଡା , ପରିଚାଳନା କରୁଥିଲେ