ପୁରା ଖବର ବିଷୟରେ



ମୃତ୍ୟୁ ପରେବି ବାର୍ଦ୍ଧକ୍ୟ ଭତ୍ତା ପାଇପାରୁଛନ୍ତି।

Jan 28 2021 1:01PM
ମୃତ୍ୟୁ ପରେବି ବାର୍ଦ୍ଧକ୍ୟ ଭତ୍ତା ପାଇପାରୁଛନ୍ତି। ବଞ୍ଚିଥିବା ସମୟରେ ଏପରି ଅନେକ ଗରିବ ବୃଦ୍ଧ ଲୋକ ଅଛନ୍ତି ଯେଉଁ ମାନେକି ଆଜି ଯାଏଁ ପ୍ରସାସନ ଠାରୁ ପାଇବାକୁ ଥିବା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ। କିନ୍ତୁ ଆସନ୍ତୁ ଜାଣିବା ରାୟଗଡା ଜିଲ୍ଲା ଗୁଣୁପୁର ପୋୖରାଞ୍ଚଳରେ କିପରି ଭାବେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁଭି ଭତା ଦିଆଯାଉଛି।ଏମିତି ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଗୁଣୁପୁର ଅଞ୍ଚଳର ଶ୍ରୀନିବାସ ସୁନାମୁଦି । ତାଙ୍କ ବାପା ମଧୁସୂଦନ ସୁନାମୁଦି ଗତ ୧୯:୦୨:୧୮ ରେ ମୃତ୍ୟୁ ବରଣ କରିଥିଲେ ।ବାପାଙ୍କ ମୃତ୍ୟୁର ୩ଦିନ ପରେ ହିଁ ସେ ମୃତ୍ୟୁ ପ୍ରମାଣ ପତ୍ର ଆବେଦନ କରିଥିଲେ । ମୁନିସିପାଲଟିରୁ ତାଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦେଇଥିଲେ । ମୃତ୍ୟୁ ପୂର୍ବରୁ ମଧୁସୂଦନ ୫୦୦ଟଙ୍କା ଲେଖାଏଁ ଭତା ପାଉଥିଲେ । କୌଣସି ଏକ କାମରେ ମୁନିସିପାଲଟି କାର୍ଯ୍ୟଳୟକୁ ଯାଇଥିଲେ ସେଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଅନ୍ୟ ଏକ ସମ୍ପର୍କୟ ବ୍ୟକ୍ତି ତାଙ୍କ ବାପାଙ୍କ ନାମରେ ଭତ୍ତା ନେଉଛନ୍ତି ଜାଣିବାକୁ ପାଇଲେ । ଏହାଜାଣି ସେ ଚକିତ ହୋଇଯାଇଥିଲା । ମୃତ୍ୟୁ ବ୍ୟକ୍ତିଙ୍କ ନାମରେ କିପରି ପଇସା ଉଠାଉଛନ୍ତି , ସଙ୍ଗେ ସଙ୍ଗେ ମୁନିସିପାଲଟିର କିଛି ଉପର ଅଫିସରଙ୍କ ଦ୍ବାରାସ୍ତ ହୋଇଥିଲେ କିନ୍ତୁ ସେଠାରେ କିଛି ସନ୍ତୋଷ ଜନକ ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ଏହାର ତଦନ୍ତ ପାଇଁ ଆଶ୍ୱାସନା ଦେଇଛନ୍ତି। ଯଥା ଶିଘ୍ର ନ୍ୟାୟ ମିଳୁ ଓ ଦୋଷୀକୁ ଧରାଯାଉ ବୋଲି ସାଧାରଣ ମହଲରେ ଚର୍ଚ୍ଚା ଚାଲିଛି।