ପୁରା ଖବର ବିଷୟରେ



ଗୁଣପୁର ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ

Jan 27 2021 7:08AM
ଗୁଣପୁର ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ରାୟଗଡା ଜିଲ୍ଲା ଗୁଣପୁର ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l କରନା କୋଟକଣା କୁ ଦୁର୍ଷ୍ଟି ରଖାଯାଇ ସାମାଜିକ ଦୂରତା ଅବଲମ୍ବନ କରି ଏହି ବର୍ଷ ଗୁଣପୁର ମିନି ଷ୍ଟାଡିୟମ ପଡିଆ ଠାରେ ୮:୩୦ ସମୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ ସାଧରଣତନ୍ତ୍ର ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆମ ଅଞ୍ଚଳରେ ଯୁବପିଡ଼ି କିପରି ଆଗକୁ ଯିବେ ଓ ସହର କିପରି ବିକାଶ ହେବ ଏହାଉପରେ ବକ୍ତବ୍ୟ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ , ଆଇ.ଆର.ବି ଡେପୁଟି କମାଣ୍ଡାଣ୍ଡ ଶ୍ରୀ ସରୋଜ କୁମାର ମହାପାତ୍ର , ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଣୀ ସୁଶ୍ରୀ ରଶ୍ମୀ ରାଣୀ ନିମାକା , ସମାଜସେବୀ ଶାନ୍ତି ଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଇ.ଆର.ବି ବେଟାଲିୟନ୍ ର ଯବାନ ମାନଙ୍କ ଦ୍ୱାରା ପେରେଡ୍ ପରିବେଷଣ କରାଯାଇଥିଲା । ଏହି ବର୍ଷ କିନ୍ତୁ ସ୍କୁଲ , କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନର କୁନି କୁନି ପିଲାମାନଙ୍କୁ ଦେଖିବାକୁ ମିଳିନଥିଲା। ପଡିଆ ରେ କେହି ଜନ ସାଧାରଣ ବ୍ୟକ୍ତିଙ୍କୁବି ଦେଖିବାକୁ ମିଳିନଥିଲା ମୁଖ୍ୟଫାଟକରେ ଅନୁପ୍ରବେଷ ନିଷିଦ୍ଧ ରଖାଯାଇଥିଲା । ଚଳଚିତ୍ର ସଂଚାଳକ ଶ୍ରୀ ଅନନ୍ତ ପାତ୍ର ଏହାକୁ ସଂଯୋଜନା କରି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମ୍ପାଦନା କରିଥିଲେ । ସେଠାରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ, ଗଣପ୍ରତିନିଧି ଓ ଅନ୍ୟାନ୍ୟ କାର୍ଯ୍ୟଳୟର କର୍ମଚାରୀ ବୃନ୍ଦ ଏକନାର ରେ ବୋନ୍ଦେ ମାତାରମ ସ୍ଲୋଗାନ ଦେଇଥିଲେ ।