ପୁରା ଖବର ବିଷୟରେ



୧୧ ତମ ଜାତୀୟ ଭୋଟର ଦିବସ ପାଳନ।

Jan 25 2021 4:53PM
୧୧ ତମ ଜାତୀୟ ଭୋଟର ଦିବସ ପାଳନ। Report:-Manoj Das ଆଜି ଗୁଣପୁର ଉପଖଣ୍ଡରେ ୧୧ତମ ଜାତୀୟ ଭୋଟର ଦିବସ ପାଳନ ହୋଇଛି । କୋଭିଡର ସମସ୍ତ ନିୟମକୁ ଆଖିଆଗରେ ରଖି କୋଭିଡ ନିୟମ ମୁତାବକ ଗୁଣପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି l ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଶପଥ ପାଠ କରାଇଥିଲେ ,ନୂତନ ଭୋଟର ଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ଏବଂ ତିନିଜଣ ବି.ଏଲ.ଓ ସିମlଞ୍ଚଳ ଆଚାର୍ଯ୍ୟ,ରମାକାନ୍ତ ପାଢ଼ୀ,ତ୍ରିନାଥ ରଥ ଙ୍କୁ ଉତ୍ତମ ବି.ଏଲ.ଓ ଭାବରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ, ଉପଜିଲ୍ଲପାଳ ଓ ପୌର ପରିଷଦର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ l