ପୁରା ଖବର ବିଷୟରେ



ସାମ୍ବାଦିକ ସମିଲନି ରାୟଗଡା

Jan 21 2021 11:40AM
ସାମ୍ବାଦିକ ସମିଲନି ରାୟଗଡା ରାୟଗଡ ସହରର ଏକ ଚୋରି ଘଟ tvଣାରେ ରାୟଗଡ ଥାନା ପୋଲିସକୁ ମିଳିଛି ଏକ ସଫଳତା । ଏନେଇ ଆଜି ରାୟଗଡା ଏସ.ପି.ବିବେକାନନ୍ଦ ଶର୍ମା ଜିଲ୍ଳା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଗୈାତମ ନଗର ଷଷ୍ଠ ଲାଇନରେ ରହୁଥିବା ଲିଙ୍ଗରାଜ ଲେଙ୍କା ଓ ତାଙ୍କ ପରିବାର ଗତ ଡିସେମ୍ବର ୨୭ତାରିଖରେ ଜେଜେ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଘରେ ତାଲା ପକାଇ ପୁରୀ ଜିଲ୍ଳାକୁ ଯାଇଥିଲେ । ପୁଣି ଜାନୁଆରୀ ୭ତାରିଖରେ ଘରକୁ ଫେରି ଦେଖିବାକୁ ପାଇଥିଲେ ଯେ ଘର କବାଟର ତାଲା ଭଙ୍ଗା ଅବସ୍ଥାରେ ରହିଥିବା ବେଳେ ଆଲମାରୀ ଭାଙ୍ଗି ସୁନାହାର ,ଦୁଇଟି ସୁନା କାନଫୁଲ ଓ କିଛି ନଗଦ ଟଙ୍କା ଚୋରି କରି ଦୁର୍ବୁତମାନେ ନେଇଯାଇଛନ୍ତି । ଏ ନେଇ ରାୟଗଡ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ବାହାର ଜିଲ୍ଳାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ଦୁଇଟି ମୋଟର ବାଇକ ଜବତ କରାଯାଇଥିବା ବେଳେ ଗୋଟିଏ ସୁନାହାର,ଦୁଇଟି ସୁନାକାନଫୁଲ ଓ ନଗଦ ୨୦ହଜାର ଟଙ୍କା ଉଦ୍ଧାର କରିଛନ୍ତି ବୋଲି ଏସ.ପି.ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖାଯାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ରାୟଗଡ ଥାନାରେ ମାମଲା ରହିଛି ଏବଂ ସେମାନେ ନିଜକୁ ନକଲି ପୋଲିସର ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଥିବା ଏସ.ପି.ସୂଚନା ପ୍ରଦାନ କରିଛନ୍ତି । ରାୟଗଡ଼ା ରୁ ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ୍ ଯୋଗେଶ୍ଵର ଦାସ