ପୁରା ଖବର ବିଷୟରେ



ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାୟଗଡ଼ା ପୈାର ସଂସ୍ଥା ସଫେଇ ମଜଦୂର ସଂଘ ପକ୍ଷରୁ ଆଜି ପୈାର ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Jan 14 2021 9:00PM
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାୟଗଡ଼ା ପୈାର ସଂସ୍ଥା ସଫେଇ ମଜଦୂର ସଂଘ ପକ୍ଷରୁ ଆଜି ପୈାର ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତ ସଫେଇ କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ ସଂଘ ପକ୍ଷରୁ ଗତ ଅକ୍ଟୋବର ମାସ ୭ ତାରିଖ ଦିନ ୧୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପୈାରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ୪ ମାସ ବିତିଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାର କୈାଣସି ସମାଧାନ ନ କରାଯାଇ ଦାବିଗୁଡିକୁ ଅଣଦେଖା କରିବା ସହ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରକାର ରେ ଭୟଭୀତ କରାଯାଇ ସମାଧାନ ପାଇଁ ଚିନ୍ତା କରୁନଥିଲେ । ଆଜି ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସ , ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ଜିଲ୍ଲା ଉପସଭାପତି ଶ୍ରୀ ମହନରାଓ ମାଝୀ ଙ୍କ ନେତୃତ୍ବରେ ସହ ସହ କର୍ମଚାରୀ ମାନଙ୍କୁ ନେଇ ଏହି ଧାରଣା ଦିଆଯାଇଥିଲା । ରାଜ୍ୟସଭା ସାଂସଦ ଶ୍ରୀ ଏନ୍ ଭାସ୍କର ରାଓ , ଜିଲ୍ଲା ଶ୍ରମ ଅଧିକାରୀଣି ଶ୍ରୀମତୀ ଜସମିନ ସାହୁ ହସ୍ତକ୍ଷେପ କରି ସମସ୍ତ ଦାବିକୁ ନେଇ ଆଲୋଚନା କରିବା ପରେ ଏକ ମାସ ମଧ୍ୟରେ ସମସ୍ତ ଦାବିକୁ ସମାଧାନ କରିବା ପାଇଁ ଏକ ଚୁକ୍ତିନାମା କରାଯିବା ପରେ ଶ୍ରମିକ ନେତା ଶ୍ରୀ ଯୋଗେଶ୍ୱର ଦାସ ସମସ୍ତ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ ସମସ୍ତଙ୍କ ସହମତି ପ୍ରକାରେ ଆସନ୍ତା ୧ ମାସ ପର୍ଯ୍ୟନ୍ତ ଆନ୍ଦୋଳନ କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏମ୍ ରାମ ବାବୁ, ଲକ୍ଷ୍ମୀ କାନ୍ତ , ଝୁନା ନାୟକ , କସ୍ତୁରୀ ନାୟକ , ସେ ଚିତ୍ରଟି ବାବୁ ପରିଚାଳନା କରିଥିଲେ Report ରାୟଗଡ଼ା ରୁ ବନ୍ଧୁ ସନ୍ତୋଷ ପଟ୍ଟନାୟକ