ପୁରା ଖବର ବିଷୟରେ



ଯୋଗୀମାଳ ଗ୍ରାମରେ ବକ୍ସିଂ ଖେଳାଳି ମାନଙ୍କୁ ନେଇ ରାଜ୍ଯ ସ୍ତରୀୟ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Jan 13 2021 8:09AM
ଯୋଗୀମାଳ ଗ୍ରାମରେ ବକ୍ସିଂ ଖେଳାଳି ମାନଙ୍କୁ ନେଇ ରାଜ୍ଯ ସ୍ତରୀୟ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ରବିବାର ସକାଳ ୯ ଘଟିକା ସମୟରେ ଜନ ସେବା ସମିତି ଯୋଗୀମାଳ ଓ ଆର୍ କେ ସ୍ପୋର୍ଟସ୍ ଏକାଡେମୀ ସୁନ୍ଦରଗଡ଼ ଆନୁକୁଲ୍ୟରେ ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର, ଦେଓଗଡ, ଝାରସୁଗୁଡ଼ା, ସମ୍ବଲପୁର ରାଉରକେଲା ଓ ସୁନ୍ଦରଗଡ଼ ରୁ ପ୍ରାୟ ୨୦୦ ଖେଳାଳି, ଅଭିଭାବକ, କୋଚ୍, ମ୍ୟାନେଜର ପ୍ରମୁଖ ଯୋଗ ଦେଇଥିଲେ l ସଦର୍ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ l ତାଙ୍କ ବକ୍ତବ୍ୟରେ କହିଥିଲେ ଜନ ସେବା ସମିତି ତରଫରୁ ଅନେକ ଖେଳ ରେ ବହୁତ ଛାତ୍ର ଛାତ୍ରୀ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଛନ୍ତି l ବକ୍ସିଂ ରିଂ ପାଇଁ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ଡି ଏମ୍ ଏଫ୍ ଫଣ୍ଡ୍ ରୁ ଅତି ଶୀଘ୍ର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ବିଦ୍ୟାଧର ପ୍ରଧାନ ଯୋଗଦେଇ ଖେଳାଳି ମାନଙ୍କୁ ରାଜ୍ଯ ସ୍ତରୀୟ, ଜାତୀୟ ସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ଦେଇଥିଲେ l ଅନୁଷ୍ଠାନର ଜନାର୍ଦ୍ଦନ ପାଣିଗ୍ରାହୀଙ୍କ ମତରେ ଦୀର୍ଘ ୨୦ ବର୍ଷ ଅlଗରୁ ବକ୍ସିଂ ଖେଳ ଚାଲି ଆସିଛି, ଅନେକ ବାଧା ବିଘ୍ନ ସହ୍ୟ କରି ଆଜି ପର୍ଯ୍ୟନ୍ତ ଯୁବ କୋଚ୍ ରୂପକ କୁମାର ପ୍ରସାଦ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ ଦେଇଛନ୍ତି l ଅନୁଷ୍ଠାନର ରଥ ଖାଲକୋ ଙ୍କ ବକ୍ତବ୍ୟରେ ଗରିବ ବକ୍ସିଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖେଳ ଉପକରଣ ତଥା ବକ୍ସିଂ ରିଂ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗୀମାଳ ସରପଞ୍ଚ କର୍ଣ୍ଣ ନାଏକ ବିଜେପି ରାଜ୍ଯ ପରିଷଦର ସଭ୍ୟ ଅଞ୍ଜନା ପଟେଲ ଯୋଗ ଦେଇଥିଲେ l ଅନୁଷ୍ଠାନ ର 64 ଜଣ ଖେଳାଳି ଏବଂ ୧୨ ଜଣ ପ୍ରକୃତି ସଂରକ୍ଷଣ ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୀତ ଓ ନାଚ ର କାର୍ଯ୍ୟକ୍ରମ କରାଯାଇଛି l ବିଧାୟକl ଖୁସି ହୋଇ ଖେଳାଳି ମାନଙ୍କ ଅନୁରୋଧ ରକ୍ଷାକରି ଝିଅ ମାନଙ୍କ ସହିତ ନାଚି ଥିଲେ l ଜନ ସେବା ସମିତି ଯୋଗୀମାଳ ର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାପତି କୁନ୍ତୀ ପ୍ରଧାନ, ନଳିନ ପଟେଲ. ସଂଜୀବ ନାଏକ, ମିତ୍ର ଭାନୁ ସେଟ୍, ତଥା ସମସ୍ତ ଖେଳାଳି, କୋଚ୍, ଅଭିଭାବକ ସହଯୋଗ କରିଥିଲେ l ଜିଙ୍କ୍ ବିଦ୍ୟାଳୟ ର ଖେଳ ଶିକ୍ଷକ ବିପିନ୍ କୁମାର ବିଶି ମଞ୍ଚ ପରିଚାଳନା କରିଥିଲେ l ବୟୋଜ୍ୟେଷ୍ଠ ବକ୍ସିଂ ଖେଳାଳି ସୁନାନି ସାର୍ ଧନ୍ୟବାଦ ଅର୍ପଣ କରିଥିଲେ l