ପୁରା ଖବର ବିଷୟରେ



କରୋନା ପ୍ରଭାବ ପରେ ୫୦% ପ୍ରତିଶତ ଛାତ୍ର ଓ ଛାତ୍ରୀ ମାନଙ୍କ ଉପସ୍ଥିତ ରେ ଚାଲିଛି ଶିକ୍ଷା ।

Jan 12 2021 6:54PM
କରୋନା ପ୍ରଭାବ ପରେ ୫୦% ପ୍ରତିଶତ ଛାତ୍ର ଓ ଛାତ୍ରୀ ମାନଙ୍କ ଉପସ୍ଥିତ ରେ ଚାଲିଛି ଶିକ୍ଷା । Report: Manoj Das ଓଡିଶା ରାଜ୍ୟରେ ଖୋଲିଛି ଡିଗ୍ରୀ ଓ ବିଭିନ୍ନ ବୈଷୟିକ ଉଚ୍ଚ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନ । ରାୟଗଡ ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟ ରେ ଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ଛାତ୍ରୀ ଶ୍ରେଣୀ ଗୃହକୁ ପ୍ରବେଶ କରିବାବେଳେ ହାତ ବିଶୋଧନ କରୁଥିବା ବେଳେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ସେହିଭଳି ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରତି ବେଞ୍ଚ ରେ ଜଣେ ହିଁ ଛାତ୍ର ଓ ଛାତ୍ରୀ ବସି ଶିକ୍ଷା ଗ୍ରହଣ କରିବା ବ୍ୟବସ୍ଥା କରାଯାଇଛି । ସେହିଭଳି କ୍ୟାମ୍ପସ ପରିସରରେ ଏକ ଆଇସଲେସନ ଗୃହ ଖୋଲା ଯାଇଛି । କୌଣସି ପିଲା ଙ୍କ ସେଭଳି କିଛି ଲକ୍ଷଣ ଦେଖାଗଲେ ସେଠାରେ ରଖି ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂର୍ବରୁ ଅନଲାଇନ ଶିକ୍ଷା ଚାଲୁଥିବା ବେଳେ ଅନେକ ଦୁର୍ଗମ ଅଞ୍ଚଳର ଛାତ୍ରୀ ଏହି ଶିକ୍ଷାରୁ ବଞ୍ଚିତ ହେଉଥିଲେ । ସେହିଭଳି ଦୀର୍ଘ ମାସ ର ବ୍ୟବଧାନ ପରେ ଗୁରୁ ଶିଷ୍ୟ ଙ୍କୁ ପାଖରେ ପାଇ ମଧ୍ୟ ବେଶ ଆନନ୍ଦିତ । ଅନ୍ୟ ଶିକ୍ଷାନୁଷ୍ଠାନ ରେ ଶିକ୍ଷାଦାନ ସ୍ୱାଭାବିକ ଭାବରେ ଆରମ୍ଭ କରାଯାଇଛି ।