ପୁରା ଖବର ବିଷୟରେ



ସ୍ୱଭିମାନ ଅଂଚଳ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ଅଫୁଟା ଲ୍ୟାଣ୍ଡ ମାଈନ ଜବତ

Jan 11 2021 6:36PM
ସ୍ୱଭିମାନ ଅଂଚଳ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ଅଫୁଟା ଲ୍ୟାଣ୍ଡ ମାଈନ ଜବତ ଚିତ୍ରକୋଣ୍ଡା ,ସ୍ୱାଭିମାନ ଅଂଚଳରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡଧରଣର ସଫଳତା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ସ୍ଥାନୀୟ ବି ଏସ ଫ ଏକ ୫କେଜି ଓଜନର ଅଫୁଟା ଲ୍ୟାଣ୍ଡ ମାଇନ ଓ ମାଓ ପୋଷାକ,ପଲିଥିନ,ମଲ୍ଟିମିଟର, ଓକିଟକି, ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ବି ଏସ ଫ ତରଫରୁ ପଣସଫୁଟ ପଂଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇ ଏକ ଡ୍ରମ ରେ ପୋତା ହୋଇ ରଖାଯାଇଥିବା ୫କେଜି ଓଜନ ର ଅଫୁଟା ଲ୍ୟାଣ୍ଡ ମାଇନ ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କୋୖଣସି ଏକ ବଡ ଧରଣର ଅଘଟଣ ଘଟାଇବାକୁ ମାଓବାଦୀ ଏହି ସାମଗ୍ରୀ କୁ ଏହି ଜଙ୍ଗଲରେ ଲୁଚାଇ ରଖିଥିବା ନେଇ ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଜବତ ଅଫୁଟା ଲ୍ୟାଣ୍ଡ ମାଇନ କୁ ବୋମା ନିଷ୍କ୍ରିୟ ଦଳ ପହଁଚିବା ପରେ ନିଷ୍କ୍ରିୟ କରାଯିବ।