ପୁରା ଖବର ବିଷୟରେ



ଟାଇକୋଣ୍ଡ ପ୍ରତିଯୋଗିତା, ବ୍ଲାକ ବେଲ୍ଟ ଓ କଲର ବେଲ୍ଟ ଅନୁଷ୍ଠିତ।

Jan 10 2021 3:35PM
ଟାଇକୋଣ୍ଡ ପ୍ରତିଯୋଗିତା, ବ୍ଲାକ ବେଲ୍ଟ ଓ କଲର ବେଲ୍ଟ ଅନୁଷ୍ଠିତ। ରିପୋର୍ଟର-ସିପୁନ୍ କୁମାର ମହାନ୍ତି(ତାଳଚେର)। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ।ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର,ସାଉଥ ବଲଣ୍ଡା ଠାରେ ଚଳିତ ମାସ ଜାନୁୟାରୀ ୮ରୁ୧୦ ତାଲିକା ପ୍ରଯୋନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି ପରୀକ୍ଷା କୁ ଅନୁଗୋଳ ଜିଲ୍ଲା ଆମେଚର ଟାଇକୋଣ୍ଡ ସଂଘ ଓ ତାଳଚେର ଟାଇକୋଣ୍ଡ ଏକାଡେମୀ ମିଳିତ ଭାବେ ଆୟୋଜନ କରିଥିଲେ।ଅନୁଗୋଳ ଜିଲ୍ଲାରେ ଥିବା ବଅରପାଳ ଟାଇକୋଣ୍ଡ ଏକାଡେମୀ ଅବନ୍ତିକା ମାର୍ଶଲ ଆର୍ଟ ଏକାଡେମୀ,ଏକଲବ୍ୟ ମାର୍ଶଲ ଆର୍ଟ ଏକାଡେମୀ ତାଳଚେର ଟାଇକୋଣ୍ଡ ଏକାଡେମୀ ତରଫରୁ ୧୦୦ରୁ ଉର୍ଦ୍ଧ ବାଳକ ଓ ବାଳିକା ଖେଳାଳି ଅଂଶ ଗ୍ରହଣ କରିଥିଲେ।ଓଡ଼ିଶା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ(ପଞ୍ଚମ ତମ ବ୍ଲାକେବେଲ୍ଟ)ପରୀକ୍ଷା କୁ ପରିଚାଳନା କରିଥିଲେ। ଜିଲ୍ଲା ସଂଘର ଅଧିକାରୀ ଶ୍ରୀ ସୁବ୍ରତ ମହାପାତ୍ର ଏହି ପରୀକ୍ଷା କୁ ପରିଚାଳନା କରିଥିଲେ।ଜିଲ୍ଲା ସଂଘର ସଂପାଦକ ପ୍ରମୋଦ କୁମାର ପ୍ରଧାନ,କୋଷାଧ୍ୟକ୍ଷ ପିତାମ୍ବର ନାହାକ ଏବଂ କୋଚ ବିନୋଦ କୁମାର ନାଏକ ଓ ଶରତଚନ୍ଦ୍ର ନାଏକ ଉପସ୍ଥିତ ରହି ସହଯୋଗ ଓ ପରିଚାଳନା କରିଥିଲେ।