ପୁରା ଖବର ବିଷୟରେ



ନଅ ମାସର ଦୀର୍ଘ ଅପେକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ବିଦ୍ୟାଳୟ ।

Jan 8 2021 1:55PM
ନଅ ମାସର ଦୀର୍ଘ ଅପେକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ବିଦ୍ୟାଳୟ । Report:-Manoj Das ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଦଶମ ଶ୍ରେଣୀ କକ୍ଷ ଦୀର୍ଘ ନ ମାସ ପରେ ଆଜିଠୁ ଉଚ୍ଚ ବିଦ୍ୟାଳୟ ଗୁଡିକ ଖୋଲିଛି । ଆଗାମୀ ଏପ୍ରିଲ ମାସରେ ଦଶମ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଅଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବହୁ ନିରାପତ୍ତା ଓ ସେନିଟାଇଜର କରି ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରନା ପାଇଁ ମାର୍ଚ୍ଚ ମାସରୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିଲା । ଶିକ୍ଷା ବର୍ଷ ସରି ସରି ଆସୁଥିବା ଯୋଗୁଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସରକାର ଅଡୁଆରେ ପଡି ଯାଇଥିଲେ । ତେବେ ବହୁ ବିଚାର ବିମର୍ଷ ପରେ କଡା ମାର୍ଗଦର୍ଶିକା ଜାରୀ କରାଯାଇ ଆଜି ଠାରୁ ଉଚ୍ଚ ବିଦ୍ୟାଳୟ ର କେବଳ ଦଶମ ଶ୍ରେଣୀ ହିଁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଆଜି ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ବିକ୍ରମପୁର ଉଚ୍ଚ ବିଦ୍ୟାଳୟ ରେ ମାର୍ଗଦର୍ଶିକା ଅନୁସାରେ ପିଲାଙ୍କୁ ଗେଟ ପାଖରୁ ସାନିଟାଇଜ କରାଯାଇ ଶ୍ରେଣୀ ଭିତରକୁ ଛଡ଼ାଯାଇଛି । ଶ୍ରେଣୀ ଭିତରେ ସାମାଜିକ ଦୂରତା ବଜାୟ ରଖି କ୍ଲାସ ଆରମ୍ଭ କରାଯାଇଛି । ବିଦ୍ୟାଳୟର ଆଖପୋଖରେ ଯେପରି ଉଠା ବେପାରୀ ଖାଦ୍ୟ ଦୋକାନ ନ ଖୋଲିବ ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି।