ପୁରା ଖବର ବିଷୟରେ



ଗୁଣୁପୁର ଉପଖଣ୍ଡ ଚିକିତ୍ସା ଳୟରେ କୋଭିଡ -୧୯ ଟୀକାକରଣର ପୂର୍ବାଭ୍ୟାସ ।

Jan 8 2021 1:49PM
ଗୁଣୁପୁର ଉପଖଣ୍ଡ ଚିକିତ୍ସା ଳୟରେ କୋଭିଡ -୧୯ ଟୀକାକରଣର ପୂର୍ବାଭ୍ୟାସ । Report:-Manoj Das ଆଜି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ ଟୀକାକରଣ କିପରି ଭାବେ ଦିଆଯିବ ଏହାର ଏକ ମୋକ ଡ୍ରିଲ ହୋଇ ଥିଲା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ଯେ.ସୋନାଲ ଉଦଘାଟନ କରିଥିଲେ । କୋଭିଡ ଟୀକା ନେବା ସମୟରେ କେଉଁ ସବୁ ନିୟମାବଳି ମାନିବାକୁ ପଡିବ ଓ ଏହାର ପଞ୍ଜିକରଣ ପ୍ରକ୍ରିୟା କିପରି ହେବ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଉପଜିଲ୍ଲାପାଳ ପଚାରି ବୁଝୁଥିଲେ । ପ୍ରତୀକ୍ଷା କକ୍ଷ,ପଞ୍ଜିକରଣ ସ୍ଥାନ, ଟୀକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ ଇତ୍ୟାଦି ପରିଦର୍ଶନ କରିଥିଲେ ।