ପୁରା ଖବର ବିଷୟରେ



ବିଦ୍ୟାଳୟ ଆଜି ହସିଉଠିଛି

Jan 8 2021 1:33PM
ବିଦ୍ୟାଳୟ ଆଜି ହସିଉଠିଛି -------------------------------- କରୋନା କଟକଣା ଯୋଗୁଁ ବିଦ୍ୟାଳୟ ଆଉ ପ୍ରତ୍ୟକ୍ଷ ଶିକ୍ଷଣ କାର୍ଯ୍ୟ ଦୀର୍ଘ ୯ମାସ ରୁ ଉର୍ଦ୍ଧ୍ଵ ହେବ ବନ୍ଦ ଥିଲା।। ବିଦ୍ୟାଳୟ ଆଉ ବିଦ୍ୟାଳୟ ର ପରିବେଶ ଖାଁ ଖାଁ ଲାଗୁଥିଲା। କେବେ ସ୍କୁଲ୍ ଖୋଲିବ, ପିଲାଏ କେମିତି ପଢିବେ, ଭବିଷ୍ୟତ କୁ ନେଇ ଅଭିଭାବକ ଆଉ ଛାତ୍ର ଛାତ୍ରୀ ନା ନା ଆଶଙ୍କା ଦେଇ ଗତି କରୁଥିଲେ।। ଓଡିଶା ସରକାରଙ୍କ ମହନୀୟ ନିଷ୍ପତ୍ତି କ୍ରମେ ଆଜି ତା 8-01-2021 ଦିନ ରାଇଜ ର ସମସ୍ତ ବିଦ୍ୟାଳୟ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଖୋଲିଛି।। କରୋନା ଆତଙ୍କ କୁ ଦୃଷ୍ଟି ରେ ରଖି ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ଆଖିଆଗରେ ରଖି ଏକ SOP ଜାରି କରିଛନ୍ତି।। 100 ଦିନ ର ଶିକ୍ଷଣ କାର୍ଯ୍ୟ କୁ ଦୃଷ୍ଟି ରେ ରଖି ,ପିଲାଙ୍କ ଵସିବା, ହାତଧୁଆ, ନିରାପଦ ପରିବେଶ ପ୍ରତି ସତର୍କ ଦୃଷ୍ଟି ଦିଆଯାଇ ସରକାରୀ ଛୁଟି ବ୍ୟତିତ ନୀରବଚ୍ଛିନ୍ନ ଭାବରେ ଶିକ୍ଷଣ କାର୍ଯ୍ୟ ପରିଚାଳିତ ହେବ।। ବିଦ୍ୟାଳୟ ଖୋଲିବା ନେଇ ଛାତ୍ର ଛାତ୍ରୀ , ଅଭିଭାବକ ଆଉ ବୁଦ୍ଧିଜୀବୀ ମହଳରେ ବେଶ ଖୁସି ଦେଖାଯାଇଥିଲା।। ପ୍ରଥମ ଦିନରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 151 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ 63 ଜଣ ଆସିଛନ୍ତି।। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ରବିନ୍ଦ୍ର କୁମାର ରାଉତ ଙ୍କ ରିପୋର୍ଟ ନୂତନ ଓଡିଶା ନିଉଜ ।