ପୁରା ଖବର ବିଷୟରେ



ପ୍ରେସ କ୍ଲବ ରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ,

Nov 17 2023 4:14AM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ପ୍ରେସ କ୍ଳବ କାର୍ଯ୍ୟଳୟ ଠାରେ ସଭାପତି ନୃସିଂହ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ,ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଗୋପୀକୃଷ୍ଣ ପଟନାୟକ ଯୋଗଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଚତୁର୍ଥ ସ୍ତମ୍ବର ଭୂମିକା ସମ୍ପର୍କରେ କହିବା ସହତ ଜାତୀୟ ପ୍ରେସ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ରଞ୍ଜିତ ସା ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଦୁର୍ଗାପ୍ରସାଦ ପଟନାୟକ, ନିରଞ୍ଜନ ମଲ୍ଲ, ତ୍ରିଲୋଚନ ଦାସ,ଶିବ ମହାନ୍ତି,କଲ୍ୟାଣ ରାୟ, ତ୍ରିପତି ଗୋଲରୀ,ସଞ୍ଜୟ ଅଧିକାରୀ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶେଷରେ ସାମ୍ବାଦିକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।