ପୁରା ଖବର ବିଷୟରେ



ସାରସ୍ବତ ସାଧକ ସ୍ବର୍ଗତ ପ୍ରଶାନ୍ତ ବେହେରା ଙ୍କ 5ମ ବାର୍ଷିକ ଶ୍ରାଦ୍ଧ ପାଳିତ

Oct 16 2023 7:26AM
(ଶୁରେଶ୍ୱର ଯେନାଙ୍କ ରିପୋର୍ଟ) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠିତ ସାରସ୍ବତ ସାଧକ ସ୍ବର୍ଗତ ପ୍ରଶାନ୍ତ ବେହେରା ଙ୍କ 5 ମ ଶ୍ରାଦ୍ଧ ବାର୍ଷିକ ଓ ମିଶାଇଲ ମ୍ୟାନ ସ୍ବର୍ଗତ abdul କଲାମ ଙ୍କ ଜୟନ୍ତୀପାଳିତ ହୋଇଯାଇଛି ।ଅନୁଷ୍ଠିତ ସାଧାରଣ ସଭାରେ ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ୟାମସୁନ୍ଦର ପଣ୍ଡା ଉଦ୍ଘାଟନ କରିଥିଲେ ।ଶିକ୍ଷାବିତ୍ କିଶୋର ଦାସ ବାବୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ,ମୁଖ୍ୟ ବକ୍ତା ଭାବେ ଚେତନା ସାହିତ୍ୟ ସଂସଦ ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର,ବିଶିଷ୍ଟ ଭାବେ କପ୍ତିପଡ଼ା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି,ଅବସର ପ୍ରାପ୍ତ କୃଷି ନିର୍ଦ୍ଦେଶକ ପରେଶ୍ ସାହୁ ,ଶିକ୍ଷାବିତ୍ ରବିକାନ୍ତ ମହାପାତ୍ର,ଶିକ୍ଷା ଗୁରୁ ଭାରତ ଚନ୍ଦ୍ର ଦାସ,ମୟୂର ସାହିତ୍ୟ ସାଂସଦ ସମ୍ପାଦକ ନରୋଜ କୁମାର ଜେନା ପ୍ରଭୃତି ଯୋଗ ଦେଇ ସ୍ବର୍ଗତ ପ୍ରଶାନ୍ତ ବେହେରା ଙ୍କ ସ୍ମୃତି ଚରଣ କରିବା ସଙ୍ଗେ ସଙ୍ଗେ ଅବଦୁଲ କଲାମଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ପ୍ରଶାନ୍ତ ଚିନ୍ତନ ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇ ସାହିତ୍ୟ,ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସାଇ ଜ୍ୟୋତି ମହାନ୍ତି ,ବାସୁଦେବ ନାପିତ ଓ ସନ୍ତୋଷ ଶତପଥ ଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କର ।ଯାଇଥିଲା । ଇଂଜିନିୟର ସୁଶାନ୍ତ କୁମାର ପରିଚାଳନା। ରେ ସ୍ବାଗତ ସଙ୍ଗୀତ ଗାଁ ନକରିଥିଲେ ପଦ୍ମାବତୀ,ଜାହ୍ନବୀ ଓ ମାଳତୀ । ଶେଷରେ ଆଶିଷ ମଲ୍ଲିକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।