ପୁରା ଖବର ବିଷୟରେ



ବେଆଇନ ନିଶା ଦ୍ରବ୍ୟ କାରବାର ବେଳେ ବିଭିନ୍ନ ପ୍ରକାରର ମଦ ଜବତ ସହିତ ୪ ଗିରଫ

Oct 6 2023 9:24AM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ---ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଦିପ କୁମାର ଦାସ ଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ଦୀପ କୁମାର ପାଢ଼ୀ ଓ ଷ୍ଟାଫ୍ ମାନଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମ୍ ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି , କୋଠାର,ବେଲମା ଛକ ଓ ଗୁଡୁପୋଖରୀ ଅଞ୍ଚଳରୁ ୮ ଲିଟର ଆସ୍କାଫୋଟି, ୮.୨୮୦ ଲିଟର ବିଦେଶୀ ମଦ ଓ ୭ ଲିଟର ବିୟର ଜବତ ସହିତ ଅସୁରାଳି ଗ୍ରାମର ଅଶୋକ ରାଉତ୍, ଗୁଡୁପୋଖରୀ ଗ୍ରାମର କରୁଣାକର ବେହେରା,ବେଲମା ଛକର ବାଦଲ କୁମାର ନାୟକ ଓ କୋଠାର ଅଞ୍ଚଳର ବାଦଲ ଦାଶ ଙ୍କୁ ଗିରଫ କରାଯାଇ ଥିବାର ସୂଚନା ମିଳିଛି। ଏମାନେ ଦୀର୍ଘ ଦିନ ହେବ ଉକ୍ତ ଅଞ୍ଚଳରେ ବେଆଇନ ମଦ କାରବାର କରୁଥିବାରୁ ଧାମନଗର ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି କେସ୍ ନମ୍ବର ୧୦୦,୧୦୧,୧୦୨ ଓ ୧୦୩ / ୨୩-୨୪ ମୂଳେ ଆସାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଧାମନଗର ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ସନ୍ଦୀପ କୁମାର ପାଢ଼ୀ, ସବ୍ ଇନ୍ସପେକ୍ଟର ଭବେଶ ଦାସ,ଶିବ ପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ରମାକାନ୍ତ ବାରିକ୍ ଓ ସୂର୍ଯ୍ୟକାନ୍ତ କିସ୍କୁ ପ୍ରଭୃତି ସାମିଲ ଥିଲେ।