ପୁରା ଖବର ବିଷୟରେ



ରକ୍ତତିର୍ଥ ଇରମ ଠାରେ ଶହୀଦମାନଙ୍କ ଉଦେଶ୍ୟରେ ୮୧ତମ ଶ୍ରାଦ୍ଧ ଦିବସ ପାଳିତ

Sep 28 2023 10:47PM
। ଏହି ଅବସରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶହୀଦ ସମାଧୀ ପିଠ , ଶହୀଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ପ୍ରଥମ ମହିଳା ଭାବରେ ଇଂରେଜମାନଙ୍କ ଗୁଳିରେ ଶହୀଦ ହୋଇଥିବା ପରି ବେୱାଙ୍କ ପୁର୍ଣ୍ଣାବୟବକୁ ଅନାବରଣ କରିଥିଲେ । ପରେ ସ୍ମୃତି ସ୍ତମ୍ଭ ନିକଟରେ ଥିବା ସଂଗ୍ରାମୀ ଉତ୍କଳମଣୀ ଗୋପବନ୍ଧୁଦାସ, ସଂଗ୍ରାମୀ କମଳାକାନ୍ତ କର, ଜାତୀୟକବି ବାଞ୍ଛାନିଧୀ ମହାନ୍ତି, ସଂଗ୍ରାମୀ ଅନିରୁଦ୍ଧ ମହାନ୍ତି, ସଂଗ୍ରାମୀ ଗୈାରାଙ୍ଗ ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମେଳନ ପଡିଆ ଠାରେ ଭାଗିରଥୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଥିଲେ ମହାମହିମ ରାଜ୍ୟପାଳ । ଜାତୀୟ ସଙ୍ଗୀନ ଗାନ କରିବା ପରେ ବେଦପାଠ କରାଯାଇଥିଲା । ସାମାଜିକ କର୍ମୀ ତଥା କବି ରଞ୍ଜନକୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେହିପରି ଭାବରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଧାୟକ ବିଷ୍ନୁବ୍ରତ ରାଉତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ୱାଳ, ଇରମ ପଞ୍ଚାୟତର ସରପଞ୍ଚ ସାବିତ୍ରୀ ବଳ, ସମିତିସଭ୍ୟା ଲଗ୍ନିକା ମଲ୍ଲିକପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।