Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚାଲାଣଗୁଡା ସ୍ଥିତ ମାଉଳି ମା ମନ୍ଦିରରେ ଜିଲ୍ଲା ଏସଡିସି ଅଧକ୍ଷ ଆଡମା ରାବାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ
Sep 27 2023 9:06AM
(ସୁରେନ୍ଦ୍ର ବେମାଲଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚାଲାଣଗୁଡା ସ୍ଥିତ ମାଉଳି ମା ମନ୍ଦିରରେ ଜିଲ୍ଲା ଏସଡିସି ଅଧକ୍ଷ ଆଡମା ରାବାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଦେବୀ ମା ମାଉଳିଙ୍କ ମନ୍ଦିର ତଥା ପ୍ରସିଦ୍ଧ ଆଲୁରମୁଠା ପୀଠର ଉନ୍ନତି କରଣ ପାଇଁ ଅଞ୍ଚଳର ମନ୍ଦିର କମିଟିର ସଦସ୍ୟା ଏବଂ ବୋହୁ ସଂଖ୍ୟାରେ ଆଖ ପାଖ ପଞ୍ଚାୟତର ଲୋକେ ଏକତ୍ରିତ ହୋଇଥିଲେ । ପୂର୍ବରୁ ଏହି ପୀଠର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ ଓ ଜନପ୍ରତିନିଧି ମାନେ ଦାବି କରି ଆସୁଥିବା ବେଳେ ଆଜି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଏସଡିସି ଅଧକ୍ଷ ଶ୍ରୀ ରାବା ସେଠାରେ ପହଞ୍ଚି ମନ୍ଦିରର ଉନ୍ନତି କରଣ ପାଇଁ ସମୀକ୍ଷା କରିଥିଲେ । ମନ୍ଦିର ଚାରିପାର୍ଶ୍ଵ ବୁଲି ଦେଖିବା ସହ ସେ ମନ୍ଦିରର ଉନ୍ନତିକରଣ ପାଇଁ ସ୍ଥାନୀୟ ପୂଜକ ଓ, ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହି ପୀଠର ଅନେକ ମହିମା ରହିଥିବା ବେଳେ ଏଠାରେ ପ୍ରତି ବର୍ଷ ବିଭିନ୍ନ ପୂଜା ପର୍ବ ପାଳନ ସହ ଯାତ୍ରା ମଧ୍ୟ ଆୟୋଜିତ କରାଯାଇଥାଏ । ବର୍ଷ ବର୍ଷ ଧରି ଏହି ପୀଠରେ ଲୋକେ ପୂଜା କରି ଆସୁଥିବା ବେଳେ ଏହି ପୀଠର ଉନ୍ନତି କରଣ ପାଇଁ ଯଥା ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାବା ମତ ରଖିଥିଲେ । ଏହାସହ ଆଖ ପାଖରେ ଥିବା ବିଭିନ୍ନ ମନ୍ଦିରର ମଧ୍ୟ ଉନ୍ନତି କରଣ ପାଇଁ ଶ୍ରୀ ରାବା ଏହି ଅବସରରେ ସମୀକ୍ଷା କରିଥିଲେ ଏବଂ ଆୟୋଜିତ ବୈଠକରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଗଠନ କରାଯାଇ ଥିବା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବିଭାଗର ଯୋଜନା ସମ୍ପର୍କରେ ପୁଙ୍ଖନୁପୁଙ୍ଖ ବୁଝାଇ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, ସ୍ଥାନୀୟ ସରପଞ୍ଚ ଅରକ୍ଷିତ ନାୟକ, ତୁମସାପାଲି ସରପଞ୍ଚ ଇର୍ମା କବାସୀ, ପୂର୍ବତନ ସରପଞ୍ଚ ଇର୍ମା ପଡିଆମୀ, ଦେବା ସୋମାରୁ, ପ୍ରଦୀପ ଦୁରୁଆ, ଆଲୁରମୁଠା ପୀଠ ମୁଖ୍ୟ ଦେବା ଦୁରୁଆ, ପୂଜକ ବୁଦରା ଦୁରୁଆ, ଏ ରାଜୁ ରାଓ, ସୁନୀଲ ସାହୁ, ବଲରାମ ଭଞ୍ଜ, ମୂନା ମାଡକାମୀ, ରାକେଶ ବାଲା ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପ୍ରଥମେ ଉପସ୍ଥିତ ଅତିଥି ମାନଙ୍କୁ ଲୋକେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା ।