ପୁରା ଖବର ବିଷୟରେ



ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ

Sep 26 2023 12:16PM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଶିକ୍ଷା ବିଭାଗ ଅଧୀନସ୍ଥ ଏମ୍ ଭି ୭୯ ଗ୍ରାମ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ଆଜି ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ଏହି ଅବସରରେ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶ୍ୱବା ରଞ୍ଜନ ମାଲି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଏସ୍ ଏମ୍ ସି ସଭାପତି ଅଜାମିଲ ମଣ୍ଡଲ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଙ୍କ ତତତ୍ଵାବଧାନରେ ୨ ଦିନର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଛି । ଏହି ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ୧୨ ଟି ବିଦ୍ୟାଳୟରୁ ମୋଟ ୧୫୦ ଛାତ୍ର ଛାତ୍ରୀ ଯୋଗଦେବା ସୂଚନା ମିଳିଛି ।