ପୁରା ଖବର ବିଷୟରେ



ଜାତୀୟ ସେବା ଦିବସ ପାଳିତ

Sep 25 2023 11:00AM
( ସୁରେନ୍ଦ୍ର ବେମାଲଙ୍କ ରିପୋର୍ଟ) ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ତରଫରୁ ଜାତୀୟ ସେବା ଦିବସ ପାଳିତ ହୋଇଯାଇଅଛି l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ନମିତା ଦଣ୍ଡସେନା , ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଅଶୋକ କୁମାର ଷଡଙ୍ଗୀ ଏବଂ ସମ୍ମାନିତ ଅତିଥି ଭାବେ ଯୁବ ରେଡକ୍ରସ୍ ର ଆବାହକ ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ବାଇଁ ଯୋଗଦେଇଥିଲେ l ଜାତୀୟ ସେବା ଯୋଜନା ବାଳକ ୟୁନିଟ୍ ର ଯୋଜନ ଅଧିକାରୀ ପ୍ରମିୟ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ, ଜାତୀୟ ସେବା ଯୋଜନା ବାଳିକା ୟୁନିଟ୍ ର ଯୋଜନା ଅଧିକାରୀ ପ୍ରେମ ରେଖା ଭୋତ୍ରା ଏହି ସଭାକୁ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥି ଙ୍କ ସମେତ ଅଧ୍ୟକ୍ଷ ଏବଂ ଅନ୍ୟ ମାନେ ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ଧୂପ ବନ୍ଦାପନା ସମେତ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଅଶୋକ କୁମାର ଷଡଙ୍ଗୀ ଏନ୍ ଏସ୍ ଏସ୍ ର ଇତିହାସ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ତଥା ପୂର୍ବତନ ଜିଲ୍ଲା ଯୋଜନା ଅଧିକାରୀ ଅଧିକାରୀ ନମିତା ଦଣ୍ଡସେନା ଏନ୍ ଏସ ଏସ ର ଲକ୍ଷ୍ୟ ଓ ସ୍ୱେଛାସେବୀ ର ଭୂମିକା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଡ଼ଃ ରଞ୍ଜନ କୁମାର ସ୍ବାଇଁ ଏନ.ଏସ.ଏସ. ର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ନିଜର ବ୍ୟକ୍ତିତ୍ୱର ବିକାଶ କରିବାକୁ ପରାମର୍ଶ ଦେଇଥିଲେ l ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଏହି ଦିବସର ମହତ୍ତ୍ଵ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହିତ ସ୍ୱେଚ୍ଛାସେବୀ ମାନେ ଜାତୀୟ ସେବା ଯୋଜନା ମାଧ୍ୟମରେ କିପରି ସମାଜର ସେବା କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜ୍ଞାନ ଚାନ୍ଦ ଜଗନ୍ନାଥ ଉପସ୍ଥିତ ଥିଲେ l ଜାତୀୟ ଯୋଜନା ଅଧିକାରୀ ପ୍ରମୀୟ କୁମାର ମହାନ୍ତି ଏନ୍. ଏସ .ଏସ. ବାଳକ ଓ ବାଳିକା ୟୁନିଟ୍ ର ବାର୍ଷିକ ବିବରଣୀ ପାଠ କରିବା ସହିତ ଶିକ୍ଷା ବର୍ଷ ୨୦୨୩- ୨୦୨୪ ରେ ଏନ୍. ଏସ. ଏସ. ଅଧିକ କାର୍ଯ୍ୟ କରି ସୁନାମ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ l ସଭା ଶେଷରେ ଏନ୍.ଏସ.ଏସ. ବାଳିକା ୟୁନିଟ୍ ର ଯୋଜନା ଅଧିକାରୀ ପ୍ରେମ ରେଖା ଭୋତ୍ରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ୧୦୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସଭା ଏବଂ ଏହି ଦିବସକୁ ସଫଳ କରିଥିଲେ l