ପୁରା ଖବର ବିଷୟରେ



ପଙ୍କରୁ ପଦ୍ମ ଫୁଟିବା ଭଳି ଗୁଣୁପୁର ସହରରେ ଭି ଜଣେ ପରିବେଶ ପ୍ରେମୀ ଜନ୍ମ ନେଇଛନ୍ତି।

Sep 2 2023 7:35PM
(ବ୍ୟୁରୋ ରିପୋର୍ଟ) ଗୁଣୁପୁର:- "ମୋ ଗାଁ ସୁସ୍ଥ ଓ ସବୁଜ ସୁନ୍ଦର ଗାଁ " । ଏହା ଏକ ନାରା ଯାହାର ଉଦେଶ୍ୟ ହେଉଛି ସହରକୁ ସବୁଜ ଓ ସୁନ୍ଦର ଗଠନ କରିବା ଏହା ଫଳରେ ଆମେ ସୁସ୍ଥ ରହିବ । ଛୋଟ ପିଲା ବେଳରୁ ଆମେ ପଢି ଆସିଛୁ ଗଛଗୁଡିକ ହେଉଛନ୍ତି ଆମର ସର୍ବୋତ୍ତମ ବନ୍ଧୁ କାରଣ ସେମାନେ ନିଶ୍ୱାସ ନେଉଥିବା ବାୟୁକୁ ସଫା କରନ୍ତି | ସେହିଭଳି, ସେମାନେ ଜଳ ଏବଂ ମାଟି ମଧ୍ୟ ସଫା କରନ୍ତି ଏବଂ ଶେଷରେ ପୃଥିବୀକୁ ଏକ ଉତ୍ତମ ସ୍ଥାନ ପ୍ରଦାନ କରନ୍ତି | ଏହା ମଧ୍ୟ ଏକ ସତ୍ୟ ଯେ ଗଛ ନିକଟରେ ରହୁଥିବା ଲୋକମାନେ ସ୍ୱାସ୍ଥ୍ୟକର, ଫିଟ୍ ଏବଂ ଖୁସି ନଥିବା ଲୋକଙ୍କ ଅପେକ୍ଷା ଅଧିକ ଖୁସି ଅଟନ୍ତି | ଏହି କଥାଟି ମିଛ ନୁହେଁ ଆଜ୍ଞା ସତ୍ୟ ଏହାକୁ ପ୍ରମାଣ କରିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ସହରର କାଚରା ସାହିରେ ଥିବା ଏକ ମଧ୍ୟମ ଶ୍ରେଣୀରେ ଜନ୍ମ ଗ୍ରହଣ କରିଛନ୍ତି ଜି ମୁରଲୀ ତାଙ୍କ ମନରେ ଅନେକ ସ୍ୱପ୍ନ ଅଛି ନିଜ ପରିବେଶକୁ କିପରି ସଫା ରଖିବା ଓ ଶରୀରକୁ ସୁସ୍ତ ରଖିବା ଏଥିପାଇଁ ସେ ପ୍ରତି ସପ୍ତାହରେ ଥରେ କିମ୍ବା ଦୁଇ ଥର ନିଜ ସହରରେ କିମ୍ବା ଆଖ ପାଖ ଅଞ୍ଚଳରେ ବୁଲି ବୁଲି ଖୋଲା ପଡିଆ ରାସ୍ତା କଡରେ ମନ୍ଦିର ନିକଟରେ କିମ୍ୱା ଜଙ୍ଗଲ ଠାରେ ଯାଇ ଅନେକ ଗଛ ଚାରା ଓ ବିହନ ପୋତି ଛନ୍ତି । ତାଙ୍କୁ ଆମେ ପଚାରି ବୁଝିଥିଲୁ ଏପରି ପ୍ରେରଣା ସେ କିପରି ପାଇଲେ ।ଦିନକର କଥା ସେ ନିଜ ଘର ବାରଣ୍ଡାରେ ବସି ଆମ୍ବ ଖାଉଥିଲେ ଆମ୍ବ ଖାଇସାରି ଟାଙ୍କୁଟିକୁ ବାଡ଼ିପଟ ଫପାଡି ଦେଇଥିଲେ କିଛିଦିନ ପରେ ଦେଖିଲେ ସେଥିରେ ଗଜା ବାହାରି ଛୋଟ ଆମ୍ବ ଗଛଟିଏ ହେଇଛି ଏହା ଦେଖି ବୋହିତ ଖୁସିହେଲେ ସେହି ଗଛ ଟିକୁ ନେଇ ଏକ ଖୋଲା ପଡ଼ିଆରେ ଲଗାଇଦେଲେ ବର୍ତମାନ ତାହା ଏକ ବିରାଟ ଗଛରେ ପରିବର୍ତ୍ତନ ହେଲା ସେହିଦିନଠାରୁ ତାଙ୍କ ମନରେ ଏକ ପରିବର୍ତ୍ତନ ଆସିଲା । ଗୁଣୁପୁର ଜଗନ୍ନାଥ ମନ୍ଦିରରେ ୨୦ଟି ଆମ୍ବ ଗଛ ଚାରା ବାଳନୀ କେତନ ଥରେ ୩ଟି ପଣସ ଗଛ ଓ ୨୦ଟି ଆମ୍ବ ଗଛ ଏପରି ଜଳତାର,ଗଟଳ ପଦର, ମେରିଙ୍ଗ ସିନାସାରି ଏହି ପରି ଅନେକ ଗ୍ରାମକୁ ସଂଯୋଗ କରୁଥିବା ପାଦ ଚଲା ରାସ୍ତା ପାର୍ଶ୍ଵରେ ଅନେକ ଗଛ ଲଗାଇଛନ୍ତି । ପ୍ରତି ବର୍ଷ ବର୍ଷା ଋତୁରେ ଶ୍ରାବଣ ମାସରେ ଅଧିକ ବର୍ଷା ହେଉଥିବା ଯୋଗୁଁ ଏହି ସମୟରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଚାରା ଓ ଗଛ ଗୁଡିକ ପତିଥାନ୍ତ ଯାହାକି ବର୍ଷା ଯୋଗୁଁ ପ୍ରାୟ ୧୦୦ ଗଛରୁ ଅତିକମରେ ୩୦ ଗଛ ବଞ୍ଚି ଯାଆନ୍ତି। ବୃକ୍ଷରୋପଣ ର ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପୃଥିବୀରେ ଜୀବନ ବଞ୍ଚିବା ପାଇଁ ତାଜା ଫଳ, ପନିପରିବା, ଏବଂ ଅନ୍ୟାନ୍ୟ ଖାଦ୍ୟ ଯୋଗାଇଥାଏ | ସେମାନେ ଖାଦ୍ୟ ଶୃଙ୍ଖଳାର ତଳ ଭାଗରେ ଥିବାରୁ ସମସ୍ତ ଜୀବଜନ୍ତୁ ବଞ୍ଚିବା ପାଇଁ ଉତ୍ପାଦକ ଏବଂ ଖାଦ୍ୟ ଶକ୍ତିରେ ସାହାଯ୍ୟ କରିଥାନ୍ତି।ଅମ୍ଳଜାନ ଯୋଗାଇବା, ବାୟୁ ଗୁଣବତ୍ତା, ଜଳବାୟୁ ଉନ୍ନତି, ଜଳ ସଂରକ୍ଷଣ, ମାଟି ସଂରକ୍ଷଣ ଏବଂ ବନ୍ୟଜନ୍ତୁକୁ ସମର୍ଥନ କରି ବୃକ୍ଷଗୁଡ଼ିକ ଦୀର୍ଘ ସମୟ ଧରି ସେମାନଙ୍କ ପରିବେଶରେ ସହଯୋଗ କରନ୍ତି | ଫଟୋସନ୍ଥେସିସ୍ ପ୍ରକ୍ରିୟା ସମୟରେ, ଗଛଗୁଡ଼ିକ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି ଏବଂ ଆମେ ନିଶ୍ୱାସ ନେଉଥିବା ଅମ୍ଳଜାନ ଉତ୍ପାଦନ କରନ୍ତି | ଏଣୁ ଏହି ପରି ଭାବେ ପରିବେଶ ପ୍ରତି ସଯାଗ ଥିବା ବ୍ୟକ୍ତିଙ୍କ ଦ୍ରୁଡ଼ ମନ ବଳକୁ ଆମେ ବହୁତ ପ୍ରଶଂସା କରୁଛୁ ଏବଂ ତାଙ୍କର ଏହି ଛୋଟ ପ୍ରୟାସ କିପରି ଅନ୍ୟମାନେ ମଧ୍ୟ ହାତ ବଡାଇବେ ଏହି ଲେଖା ମାଧମରେ ଏକ ଛୋଟ ପ୍ରୟାସ। ଦୈନିକ ଆଶା ଖବରକାଗଜ ତୋରଫୋରୁ ସବୁ ସମୟରେ ସାହାଯ୍ୟ ପାଈଁ ପ୍ରତିଶ୍ରୁତିବଦ୍ଧ ରହିବ।