ପୁରା ଖବର ବିଷୟରେ



୨ୟ ବାଟାଲିୟନ CRPF ସୁକମା ଏବଂ ଦୟାଲବାଗ ଶିକ୍ଷା ପ୍ରତିଷ୍ଠାନ , ଆଗ୍ରା ଏବଂ ଜିଲ୍ଲା ପ୍ରଶାସନ ସୁକମା ସହିତ ପାରସ୍ପରିକ ସମନ୍ୱୟରେ ଗାଦିରସରେ ମହିଳାମାନଙ୍କ ପାଇଁ 9 ସପ୍ତାହ ଟେଲରିଂ ଟ୍ରେନିଂ

Sep 2 2023 1:21PM
(ସୁରେନ୍ଦ୍ର ବିମଲଙ୍କ ରିପୋର୍ଟ) ଶ୍ରୀ ରତିକାନ୍ତ ବେହେରା କମାଣ୍ଡାଣ୍ଟଙ୍କ ୨ୟ ବାଟାଲିୟନ CRPF ନିର୍ଦ୍ଦେଶରେ ମହିଳା ସଶକ୍ତିକରଣ ଅଧୀନରେ ଏହି କାର୍ଯ୍ୟକ୍ରମ ଚାଲିଛି | ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କୁ ସମାଜରେ ଏକ ଉପଯୁକ୍ତ ସ୍ଥାନ ଦେବା ଯାହା ଦ୍ୱାରା ସେମାନେ ଜ୍ଞାନ ଆହରଣ କରିବା ସହିତ ନିଜ ପରିବାରର ଆୟ ବୃଦ୍ଧି କରି ଏକ ଉନ୍ନତ ଜୀବନ ଲାଭ କରିପାରିବେ। ଆଜି ଶ୍ରୀ ହରିସ୍ ଏସ୍, ଆଇ.ଏ.ଏସ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁକମା ଏବଂ ଶ୍ରୀ ରତି କାନ୍ତ ବେହେରା, କମାଣ୍ଡାଣ୍ଟ ଦ୍ୱିତୀୟ ବାଟାଲିୟନ, CRPF ସୁକମା ମିଳିତ ଭାବେ ଗାଦିରାସ ସିଲେଇ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ମହିଳା ପ୍ରଶିକ୍ଷଣ ନେଉଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ସେମାନଙ୍କୁ ଭଲ ତାଲିମ ନେବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କୁ ସରକାରୀ ଯୋଜନା ଅନ୍ତର୍ଗତ ରୋଜଗାର ଯୋଗାଇବା ପାଇଁ ଆସ୍ୱୋସନା ମଧ୍ଯ ଦେଇଥିଲେ | ଏହି ସମୟ ମଧ୍ୟରେ, ତାଙ୍କେ ମହିଳା ପ୍ରଶିକ୍ଷାର୍ଥୀମାନଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ଯେ ଦୂର ଶିକ୍ଷା ମାଧ୍ୟମରେ ତୁମ ସମସ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ଟେଲରିଂ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସେଠାରେ ନେଉଥିବା 37 ଜଣ ମହିଳା ଟେଲରିଂ ଟ୍ରେନିଂ ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତଙ୍କୁ ଉତ୍କୃଷ୍ଟ ତାଲିମ ପାଇବାକୁ ଉତ୍ସାହିତ କରିଥିଲେ |