ପୁରା ଖବର ବିଷୟରେ



ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Aug 31 2023 7:12PM
(ଶୁରେନ୍ଦ୍ର ବିମଲଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ଯୁବ ରେଡକ୍ରସର ଅଧ୍ୟକ୍ଷ ଏବଂପରାମର୍ଶଦାତା ସମ୍ମିଳନୀ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ତଥା ଉପସଭାପତି ଜିଲ୍ଲା ଯୁବ ରେଡ କ୍ରସ ସୋସାଇଟି ବେଦବର ପ୍ରଧାନ ଯୋଗଦାନ କରି ଯୁବ ରେଡକ୍ରସ୍ ସ୍ଵେଛାସେବୀଙ୍କ ଭୂମିକା ଏକ ସୁନ୍ଦର ଚେଷ୍ଟା ବୋଲି ମତ ବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ସ୍ଵେଛ୍ରାକୃତ ଭାବେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇ ନିଜକୁ ଭାଗ୍ୟବାନ ମନେ କରିବାକୁ ପରାମର୍ଶ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡାକ୍ତର ଉଦୟନାଥ ଖରା; ସମ୍ମାନୀତ ଅତିଥି ଜିଲ୍ଲା ଅଗ୍ନିସମ ଅଧିକାରୀ କମଳ କୁମାର ଗୌଡ଼; ବ୍ଳଡ ବ୍ୟାଙ୍କ ଅଧିକାରୀ ଡାକ୍ତର ସାଗର କୁମାର ବାଲା; ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଯୋଗଦାନ କରି ଯୁବ ରେଡ କ୍ରସର କାର୍ଯ୍ୟକଳାପକୁ ତ୍ୱରାନିତ କରିବା ପାଇଁ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ସଂପାଦକ ଡଃ ରଞ୍ଜନ କୁମାର ସ୍ଵାଇଁ ଆୟୋଜନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସାର ଜନ୍ ହେନେରୀ ଡୁରାଣ୍ଟଙ୍କ ଫଟୋଚିତ୍ରରେ ଅତିଥିଙ୍କ ଦ୍ଵାରା ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ଶ୍ରୀଫଳ ଅର୍ପଣ କରି ଶୁଭାରମ୍ଭ କରିଥିଲେ। ସ୍ୱେଛାସେବୀ ପ୍ରିୟଦର୍ଶନୀ ପ୍ରଧାନ, ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୨୮ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ୧୦ ଟି ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗଦାନ କରି ନିଜ ନିଜର ଯୁବ ରେଡକ୍ରସର କାର୍ଯ୍ୟପନ୍ଥା ଆଲୋଚନା କରିଥିଲେ। ସର୍ବସମ୍ମତି କ୍ରମେ ଡଃ ଏସ. ପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନଭେମ୍ବର ୨୭,୨୮, ଓ ୨୯ ତାରିଖରେ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।ପାଇଁ ନିଷ୍ପତ୍ତି ନିଆଗଲା। ନଭେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ମହାବିଦ୍ୟାଳୟର ଅଧିଗ୍ରହଣ ଉତ୍ସବ ପାଳନ କରିବା ପାଇଁ ନିଷ୍ପତି ନିଆ ଯାଇଅଛି। ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ, ବୃକ୍ଷରୋପଣ, ନିଶାଦ୍ରବ୍ୟ ବର୍ଜନ, ଏଡ୍‌ସ ସଚେତନତା ଏବଂ ରେଡ ରିବନ୍ କ୍ଳବର କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌତମ ନାୟକ, ପ୍ରମିୟ କୁମାର ମହାନ୍ତି, ନମିତା ଦଣ୍ଡସେନା, ଋତୁମଣ୍ଡଳ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସ୍ୱେଚ୍ଛାସେବୀ, ପୂର୍ବତନ ଛାତ୍ରଛାତ୍ରୀ ସମେତ ୧୦୦ ରୁ ଉର୍ଦ୍ଧ୍ବ ଉପସ୍ତିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଭାରତୀୟ ରେଡକ୍ରସ ସୋସାଇଟି ରାଜ୍ୟଶାଖା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରିଶେଷର ରଶ୍ମିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିବା ସହ ମଧ୍ୟାହ୍ନଭୋଜନରେ ଆପ୍ୟାୟିତ କରାଯାଇଥିଲା।