ପୁରା ଖବର ବିଷୟରେ



ଜାତୀୟ କ୍ରିଡ଼ା ଦିବସ ପାଳିତ

Aug 31 2023 7:08PM
(ଶୁରେନ୍ଦ୍ର ବିମଲଙ୍କ ରିପୋର୍ଟ) ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ କ୍ରିଡ଼ା ଦିବସ ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାତପ୍ରାପ୍ତ ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଯୋଗଦାନ କରି ଛାତ୍ର ଛାତ୍ରୀ ଓ କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିବା ସହିତ ହକି ର ଯାଦୁଗର ଧ୍ୟାନଚାନ୍ଦଙ୍କ ର କ୍ରିଡ଼ା କୌଶଳ ଆଲୋଚନା କରିଥିଲେ କାର୍ଯ୍ୟକ୍ରମରେ କ୍ରିଡ଼ା ଶିକ୍ଷକ ଅଭିମନ୍ୟୁ ଦଳ ବେହେରା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଇଣ୍ଡୋର ଏବଂ ଆଉଟ୍ ଡୋର ଖେଳ ଖେଳିବା ପାଇଁ ଉତ୍ସାହିତ କରିଥିଲେ l ଇତିହାସ ବିଭାଗର ବିଭାଗୀୟ ମୁଖ୍ୟl ନମିତା ଦଣ୍ଡସେନା ଖେଳରେ କୃତି ଅର୍ଜନ କରିଥିବା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିବା ସହିତ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ପ୍ରଶିକ୍ଷଣ ନେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବର୍ଟାୟିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରେମ ରେଖା ଭୋତ୍ରା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ ସୁଶାନ୍ତ ମାଝୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ l ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଗୌତମ ନାୟକ କ୍ରିଡା କୁ ଅଧିକ ଆଗ୍ରହର ସହ ଗ୍ରହଣ କରି କୃତିତ୍ୱ ଅର୍ଜନ କରିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟକୁ ଭଲିବଲ୍, କ୍ରିକେଟ , କରାଟୀ ଏବଂ ଅନ୍ୟାନ୍ୟ ଖେଳରେ ସୁନାମ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରିବା ସହିତ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରାଯାଇଥିଲା l କାର୍ଯ୍ୟକ୍ରମରେ ପ୍ରାୟତଃ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସଭା ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l