ପୁରା ଖବର ବିଷୟରେ



ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ,କ୍ଷତିପୂରଣ ଦାବିରେ ରାସ୍ତାରୋକ

Aug 15 2023 8:39AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ,କ୍ଷତିପୂରଣ ଦାବିରେ ରାସ୍ତାରୋକ* ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଥାନା ଅଧିନସ୍ଥ ଡଙ୍ଗସିଲ ଗ୍ରାମପଞ୍ଚାୟତ ପାଣ୍ଡକା ପଦର ଛକ ନିକଟରେ । ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ମୃତ ବାଇକ ଆରୋହୀ ସ୍ଥାନୀୟ ଗ୍ରାମ ପଞ୍ଚାୟତର ତୁଜେର ଗ୍ରାମର କାନ୍ତାରୁ ନାଏକଙ୍କ ୨୭ବର୍ଷୀୟ ପୁଅ ବାଲେଶ୍ୱର ନାଏକ ବୋଲି ଜଣାପଡିଛି । ଉତ୍ୟକ୍ତ ଲୋକେ ମୃତ ବାଲେଶ୍ୱର ନାଏକଙ୍କ ମର ଶରୀରକୁ ନେଇ କ୍ଷତିପୂରଣ ଦାବିରେ ଦୀର୍ଘ ୫ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିକୁ ଧରିବା ପାଇଁ ଦାବି କରିଛନ୍ତି । ଘଟଣା ସ୍ଥଳରେ ଦୋରାଗୁଡା ଥାନା ପୋଲିସ ଏବଂ ଡଙ୍ଗାସିଲ ଫାଣ୍ଡି ପୋଲିସ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ବାଲେଶ୍ୱର ଉତ୍କଳ ଆଲୁମିନା କମ୍ପାନୀ ଅଧିନସ୍ଥ ସବ୍ କମ୍ପାନୀ ଆଦିତ୍ୟ ଲଗିଷ୍ଟିକ୍‌ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନ ସାଢେ ୨ ଘଣ୍ଟା ସମୟରେ ନିଜ ବାଇକ ଯୋଗେ ଡ୍ୟିୁଟିକୁ ଯାଉଥିବା ସମୟରେ ପାଣ୍ଡକାପଦର ଛକରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣା ସ୍ଥଳରେ ବାଲେଶ୍ୱର ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କ ବାଇକ୍ ମଧ୍ୟ ଛିଟିକି ପଡିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାଲେଶ୍ବରକୁ ଆମ୍ବୁଲାନ୍ସ ଯୋଗେ ଉଷାପଡା ହସ୍ପିଟାଲକୁ ନେଇଥିଲେ । ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ କାମ କରୁଥିବା କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ଅଜଣା ଗାଡିକୁ ଧରିବା ପାଇଁ ଦାବି କରିଛନ୍ତ ଗ୍ରାମବାସୀ ।