ପୁରା ଖବର ବିଷୟରେ



ରାଷ୍ଟ୍ର ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରା।

Aug 8 2023 3:56PM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ମାଲକାନଗରି କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରୁ ମୋଟୁ ପଯ୍ୟନ୍ତ ସ୍ୱତପୃତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମଣିପୁର ରାଜ୍ୟ ରେ ମହିଳା ମାନଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯାତନା ବିରୋଧରେ ତଥା ଆଦିବାସୀ ଙ୍କୁ ବିସ୍ଥାପିତ କରିବା ଓ ନିର୍ଯ୍ୟାତନା ଦେଉଥିବା ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା।ଏହା ସହ କେନ୍ଦ୍ର ସରକାର ତରଫରୁ ୟୁ ସି ସି ଆଇନ ଯାହା ସମସ୍ତଙ୍କ ପାଇଁ ସମାନ ଅଧିକାର ପ୍ରଣୟନ କରିବା ଦ୍ୱାରା ଆଦିବାସୀ ମାନେ ଅନେକ ସୁବିଧାରୁ ବଞ୍ଚିତ ହେବେ ଓ ଅନେକ ଅସୁବିଧାର ସମ୍ମୁଖୀନ ହେବା ଏହି ଆଇନ ଦ୍ୱାରା ଆଦିବସୀଙ୍କ ସଭ୍ୟତା ଓ ସଂସ୍କୃତି ସବୁ ଲୋପ ପାଇଯିବ ତେଣୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା। ଆଜି ଏହି ବନ୍ଦର ପ୍ରଭାବ କାଲିମେଳା ବ୍ଳକରେ ଦେଖିବାକୁ ମିଳିଥିବା ବେଳେ ଆଦିବାସୀ ଙ୍କ ଏହି ବନ୍ଦ ପାଳନକୁ ସହରର ପ୍ରତ୍ୟେକଟି ଦୋକାନି , ଗାଡ଼ି ମଟର ଆଦି ବନ୍ଦ କରି ଆଦିବାସୀଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମୋଟୁ ଠାରେ ଆଦିବାସୀ ସଙ୍ଘ ପକ୍ଷରୁ ପ୍ରିକେଟିଂ କରି ପ୍ରତ୍ୟେକଟି ଅଫିସ ସମେତ ବ୍ୟାଙ୍କ୍ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇ ଥିବା ଦେଖିବାକୁ ମିଳିଛି ।