ପୁରା ଖବର ବିଷୟରେ



ଶ୍ରୀ ଚନ୍ଦ୍ରକାନ୍ତ ହାଲଦାର ଙ୍କ ମୃତ୍ୟୁ ଯୋଗୁ ଶୋକସଭା ଅନୁଷ୍ଠିତ

Aug 4 2023 10:25PM
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଡ଼ ଶ୍ୟାମା ପ୍ରସାଦ କନିଷ୍ଠ ମହାବିଦ୍ୟାଳୟ ରେ ପୂର୍ବତନ ସଭାପତି ଶ୍ରୀ ଚନ୍ଦ୍ରକାନ୍ତ ହାଲଦାର ଙ୍କ ମୃତ୍ୟୁ ଯୋଗୁ ଏକ ଶୋକସଭା ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ପାଢୀ ଙ୍କ ସଭାପତିତ୍ୱ ରେ ହୋଇଥିଲା।ସ୍ବର୍ଗତ ହାଲଦାର ୨୦୦୩ ରୁ ୨୦୦୬ ପଯ୍ୟନ୍ତ ମହାବିଦ୍ୟାଳୟ ର ବେସରକାରୀ ପରିଚାଳନ ପରିଷଦର ସଭାପତି ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।ସେ ଏମ ଭି ୭୯ ପଲ୍ଲୀମଙ୍ଗଳ କମିଟିର ସଭାପତି ଭାବେ ମଧ୍ୟ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ।ତାଙ୍କ ମୃତୁରେ ମହାବିଦ୍ୟାଳୟ ର ଶିକ୍ଷକ ଓ ଅଣଶିକ୍ଷକ ତଥା ଛାତ୍ରଛାତ୍ରୀ ଙ୍କ ତରଫରୁ ଅନୁଷ୍ଠିତ ଶୋକସଭା ରେ ସ୍ବର୍ଗତ ହାଲଦାର ଙ୍କ ଗୁଣଗାନ କରାଯାଥିଲା।ଏହି ସଭାରେ ଡ଼ ମେଘନାଦ ବେହେରା, ଡ଼ ପ୍ରଦୀପ୍ତ ମିଶ୍ର, ଶ୍ରୀ ବସନ୍ତ ବିଶ୍ଵାଳ, ପୂର୍ଣଚନ୍ଦ୍ର ମହାପାତ୍ର, ସନ୍ତୋଷ ପ୍ରହରାଜ, ଭରତ ପଣ୍ଡା, ଲୋକନାଥ ମହାକୁଡ଼, ଅଶୋକ ନାହାକ, ରିକି ବାରିକ, ରବି ଶଙ୍କର ବାରିକ, ସୁଜିତ ଢାଲି, ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ଯୋଗଦାନ କରିଥିଲେ।