ପୁରା ଖବର ବିଷୟରେ



ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Aug 3 2023 9:01AM
( ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଜିଲ୍ଲାପାଳ ଶ୍ରୀମତି ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀମାନଙ୍କ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ବିଦାୟୀ ଅତିରକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ପ୍ରକଳ୍ପ ପ୍ରଶାସକ, ଆଇଟି ଡିଏ ପ୍ରମୁଖ ଯୋଗଦାନ କରିଥିଲେ l ବିଦୟୀ ଅରିତିକ୍ତ ଜିଲ୍ଲାପାଳଙ୍କ ପଦନ୍ୱତୀ ପାଇଛନ୍ତି l ସେମାନଙ୍କ ମଧ୍ୟରୁ ସୋମନାଥ ପ୍ରଧାନଙ୍କ କୋରପୁଟ ଅତିରକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ଧର୍ମାନନ୍ଦ ବେହେରାଙ୍କ ନବରଙ୍ଗପୁର ଜିଲ୍ଲାକୁ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଯାଇଛି l ଦୁଇଜଣ ପାଖାପାଖି ଦୀର୍ଘ ଦୁଇବର୍ଷ କାର୍ଯ୍ୟ କାଳରେ ସେମାନଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମାତାବ୍ୟକ୍ତ କରିଥିଲେ l ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାସ୍ଥରୀୟ ଅଧିକାରୀ, ତାହସିଲଦାର,ବିଡ଼ିଓ, ଓଡିଶା ପ୍ରଶାସକ ଅଧିକାରୀ ସଙ୍ଘ ତରଫରୁ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ଅନୁଷ୍ଠିତ ହେବ l