ପୁରା ଖବର ବିଷୟରେ



ଉରୁବାଲ୍ଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧିଗ୍ରହଣ ଉତ୍ସବ ପାଳନ।

Aug 3 2023 8:54AM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଉରୁବାଲ୍ଲି ଗ୍ରାମ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଅଧିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ଅଧ୍ୟକ୍ଷ ଗିରିଜା କିନ୍ନକାର ବେହେରା ଅଧକ୍ଷତା କରିଥିଲେ ।ମୁଖ୍ୟ ଅତିଥି ଭାବେ ସରପଂଚ ରାବା ଶିତି, ୱାର୍ଡ ମେମ୍ବର ରାଜେଶ ସାଲବମ, CRCC- ଦିଲ୍ଲୀପ ଦୁର୍କା ଏବଂ SMC committee, ବିଦ୍ୟାଳୟ ର ଶିକ୍ଷକ ଏବଂ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇ ମହାବିଦ୍ୟାଳୟ ସମ୍ପର୍କରେ ଏବଂ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ । ଅଧ୍ୟକ୍ଷ ଗିରିଜା କିନ୍ନକାର ବେହେରା ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ଜଣାଇବା ସହ ଆସନ୍ତା ଅଗଷ୍ଟ ୧୪ ତାରିଖ ମଧ୍ୟରେ ସମସ୍ତେ ୟୁନିଫୋର୍ମ ପରିଧାନ କରି ଶ୍ରେଣୀରେ ଯୋଗ ଦେବାକୁ ଛାତ୍ରଛାତ୍ରୀ ଙ୍କୁ ସୂଚନା ପ୍ରଦାନ କରିଥିଲେ ।