ପୁରା ଖବର ବିଷୟରେ



ଶ୍ରୀମୀନାଝୋଲାର ଆଧ୍ୟାତ୍ମିକ ତ୍ରୟ ମାସିକ ପତ୍ରିକା "ଦି ଶିବା" ର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ

Aug 1 2023 3:22PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅବବାହିକା ତଥା ଗୁଡ଼ାରୀ ବ୍ଳକ ସୀମାନ୍ତରେ ଅବସ୍ଥିତ ଐତିହାସିକ ପୁରାତନ ଶୈବପୀଠ ଶ୍ରୀମୀନାଝୋଲା ସ୍ଥିତ ଜନକଲ୍ୟାଣ ଆଶ୍ରମରେ ଶ୍ରୀମୀନାଝୋଲା ସମ୍ପର୍କରେ ଆଧାରିତ ଆଧ୍ୟାତ୍ମିକ ତ୍ରୟ ମାସିକ ପତ୍ରିକା ଦି ଶିବା "ର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ ହୋଇଯାଇଛି । ଜନକଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ପତ୍ରିକାର ସମ୍ପାଦକ ଶ୍ରୀ ଉଦୟନାଥ ପଣ୍ଡା, ସହ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସତପଥି, ସିଆରସିସି ଶ୍ରୀ ରମେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ଗଣେଶ ରାଓ, ଚନ୍ଦ୍ରପୁର ପ୍ରେସ କ୍ଲବର ସଭାପତି ଶ୍ରୀ ପ୍ରମୋଦ ସାହୁକାର, ବରିଷ୍ଠ ସାମ୍ବାଦିକ ବିଜୟ ପ୍ରସାଦ ଉଲାକା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପତ୍ରିକାର ଉନ୍ମୋଚନ କରିଥିବା ବେଳେ ଅତିଥି ମାନେ ଶ୍ରୀମିନାଝୋଲାର ବିକାଶ ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ହାଡିପା ଗୋୖଡ, ସୋମନାଥ ଦଣ୍ଡସେନା, ଅଭିମନ୍ୟୁ ମହାନ୍ତି, ପ୍ରମୋଦ କୁମାର ମୁଗୁଲିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଗଣ,ବସନ୍ତ ଦେବୀ ବିଦ୍ୟାପୀଠର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରୀ ଏବଂ ଜନକଲ୍ୟାଣ ଆଶ୍ରମ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଜନକଲ୍ୟାଣ ଗୁରୁକୁଳ ବେଲାମଗୁଡାରେ ଅଧ୍ୟୟନ କରୁଥିବା ଶିକ୍ଷାରୁ ବଞ୍ଚିତ ୨୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିବା ବେଳେ ଜନକଲ୍ୟାଣ ଗୁରୁକୁଳର ଅଧ୍ୟୟନ ଶୁଭାରମ୍ଭର ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ଗାୟତ୍ରୀ ଯଜ୍ଞ ସହ ବସନ୍ତ ଦେବୀ ବିଦ୍ୟାପୀଠର ସଂସ୍କୃତ ଶିକ୍ଷକ ଶ୍ରୀ ମନୋଜ ଜେନାଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନଙ୍କ ଦ୍ବାରା ଗାୟତ୍ରୀ ମାତାଙ୍କ ଧୂନ୍ ସ୍ତୁତି ସଂଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା ।