ପୁରା ଖବର ବିଷୟରେ



ଅନୁଗୋଳ ଠାରେ ସମସ୍ତ ସରପଞ୍ଚମାନଙ୍କ ବୈଠକ ଅନୁଷ୍ଠିତ।

Jul 27 2023 6:44AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଅନୁଗୋଳ ଜିଲ୍ଲାର ସମସ୍ତ ସରପଞ୍ଚ ଭାଇ ଭଉଣୀ ମାନଙ୍କୁ ନେଇ ଅନୁଗୋଳ ର ମାରଓ୍ବାଳୀ ଧର୍ମଶାଳା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଦୁର୍ଯୋଧନ ସାହୁ ସଭାପତିତ୍ବ କରିଥିଲେ। ଏହି ସାଙ୍ଗଠନିକ ବୈଠକରେ ଅନୁଗୋଳ, ଆଠମଲ୍ଲିକ, ବଅଁରପାଳ , ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ ପାଲଲହଡ଼ା ବ୍ଲକ ର ସମସ୍ତ ସରପଞ୍ଚ ଭାଇ ଭଉଣୀ ଯୋଗ ଦେଇଥିଲେ। ଏହି ବୈଠକରେ ସମସ୍ତ ସରପଞ୍ଚ ଭାଇ ଭଉଣୀ ପ୍ରଥମେ ନିଜର ପରିଚୟ ପଦାନକରିଥିଲେ। ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚ ଭାଇ ଭଉଣୀ ମାନଙ୍କର ଅଧିକାର ଉପରେ ହସ୍ତକ୍ଷେପ କରାଯାଇଛି ଏହାକୁ ବିରୋଧ କରିବା ସହିତ ନିନ୍ଦା କରାଯାଇଥିଲା। ପଞ୍ଚାୟତ ରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟକୁ ବିଲ୍ କରି ଯଥା ଶିଘ୍ର ଅର୍ଥପ୍ରଦାନ କରାଯାଉନାହିଁ ସେ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ପଞ୍ଚାୟତ କୁ ଜଣେ ଜେଇ,ଜିଆରଏସ୍ ଓ ପିଓ ନିଯୁକ୍ତି ଦେବା ଆବଶ୍ୟକ । ପଞ୍ଚାୟତ ରେ ହେବାକୁଥିବା ପ୍ରତ୍ୟେକ ଟି କାର୍ଯ୍ୟ ସରପଞ୍ଚ ମାନଙ୍କୁ ଜଣାଇଁବା ପରେ କାର୍ଯ୍ୟ କରାଯିବ ଏହିପରି ଅନେକ ବିଷୟରେ ଆଲୋଚନା କରାଯାଇଥିଲା। ଅଦ୍ୟ ରିଖ ଠାରୁ ସ୍ଥାୟୀ କମୀଟ ଚୟନ ହେବାଯାଏ ଦୁର୍ଯୋଧନ ସାହୁ କାର୍ଯ୍ୟ ତୁଲାଇବା ସହିତ ସମସ୍ତ ବ୍ଲକ୍ ର ବଛା ଯାଇଥିବା ଭାଇ ଭଉଣୀ ମାନେ ସଠିକ୍ ରୂପେ ଦାୟିତ୍ୱ ତୁଲାଇବାର ନିଷ୍ପତ୍ତି ଗୃହିତ କରାଗଲା। ସର୍ବଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରାଗଲା l